ବୌଦ୍ଧ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

0 828

ବୌଦ୍ଧ,୩୧/୩- ବୌଦ୍ଧଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଙ୍ଗତ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା, ଯୁବ ବିଜେପି ନେତା ଲୋକନାଥ ପ୍ରଧାନ, କରୋନା ଯୋଦ୍ଧା ବିଶ୍ୱନାଥ ରାଉତ, ସାମ୍ବାଦିକ ବିଶ୍ୱଜିତ ପୃଷ୍ଟି, ସାହିତ୍ୟିକ ସତୀଶ ଚନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ ରାମଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ପଣ୍ଡା, ପ୍ରଦୀପ ଦାଶ, ଶଙ୍କର ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶେଖ ସଲିମ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବ୍ରଜ ମୋହନ ବେହେରାଙ୍କ ପାଇଁ ଶୋକ ପ୍ରକାଶ କରାଯାଇ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ମେହେର ଉପସ୍ଥିତ ରହି ଜିଲ୍ଲା ସଂଗଠନ କିପରି ସୁଦୃଢ ହେବ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ତେରଟି ଚିଠା ପ୍ରସ୍ତାବ ସୂର୍ଯ୍ୟ ନାରାୟଣ ମହାପାତ୍ର, ଶ୍ରୀ ତାପସ ପଟ୍ଟନାୟକ, ସୁଶାନ୍ତ ବାଘ ଆଗତ କରିଥିଲେ । ସେହି ସବୁ ପ୍ରସ୍ତାବକୁ ମାଗୁଣି ଗାଈଗୌରିଆ, ମନରଞ୍ଜନ ଦାସ, ତ୍ରିପୁରାରୀ ବେହେରା, ରାକେଶ ତ୍ରିପାଠୀ ସମର୍ଥନ କରି ବକ୍ତବ୍ୟ ରଖିଥିଲେ । ଶେଷରେ ସମସ୍ତ ସଦସ୍ୟ ହାତ ଟେକି ସମର୍ଥନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗତ ବିଧାନସଭା ନିର୍ବାଚନର ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, ପୂର୍ବତନ ସଭାପତି ଅଞ୍ଜନ ସାହୁ, ସୌମିତ୍ରୀ ନାଏକ, ସରପଂଚ ରାଜେନ୍ଦ୍ର ମେହେର, ଚଞ୍ଚଳ ରଣା, ଅଞ୍ଜଳି ସେଠୀ ଉପସ୍ଥିତ ଥିଲେ । ଏହି ରାଜନୈତିକ ଚିଠା ଗୁଡିକ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱକୁ କୃତଜ୍ଞତା ଜ୍ଞାପନ ସହିତ ସଂକଳ୍ପ ନିଆଯାଇଥିଲା । ଜିଲ୍ଲାରେ ଧାନର ଅଭାବୀ ବିକ୍ରି , ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୌଦ୍ଧ ଜିଲ୍ଲାର ବିକାଶରେ ରାଜ୍ୟ ସରକାର ବାଧକ ଉପରେ ଚିଠା ପ୍ରସ୍ତାବ ଗୁଡିକ ପର୍ଯ୍ୟବେଶିତ । ବୈଠକକୁ ଜିଲ୍ଲା ପ୍ରବକ୍ତା ପ୍ରେମାନନ୍ଦ ମିଶ୍ର ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ନିରଞ୍ଜନ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

19 + 19 =