ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ୍ ଚଢାଉ

0 2,163

ବୌଦ୍ଧ,୨୮/୧୨ – କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତିର ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ୍ ଚଢାଉ ହୋଇଥିବା ଖବର୍ ମିଳିଛି l ତାଙ୍କ ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ବ୍ରହ୍ମପୁର, ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ୍ ମିଳିତ ଚଢାଉ କରିଛି | ଜଣେ ସମବାୟ ସମିତିର ସମ୍ପାଦକ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହେବା ଜିଲ୍ଲାରେ ପ୍ରଥମ ଘଟଣା l ଶ୍ରୀ ରାଉତଙ୍କ ଘର ସମେତ ଉମା ସେବା ସମବାୟ ସମିତି କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ୍ ଛାନଭିନ କରୁଥିବା ସୁଚନା ମିଳିଛି l ତେବେ ସମ୍ପତ୍ତିର ଆକଳନ ଓ କେତେ ଟଙ୍କାର ସମ୍ପତ୍ତି ମିଳିଛି ଚଢାଉ ଜାରିରହିଥିବାରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଭିଜିଲାନ୍ସ୍ ସୂତ୍ରରୁ ମିଳି ପାରିନାହିଁ l

hiranchal ad1
Leave A Reply

Your email address will not be published.

five × 4 =