ବୌଦ୍ଧ : ଜିଲ୍ଲା ସ୍ତରୀୟ 136 ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

0 874

hiring

ବୌଦ୍ଧ,୨୮/୧୨- ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ଭାରତୀୟ ଜାତୀୟ କଂଗ୍ରେସର 136 ତମ ପ୍ରତିଷ୍ଠା ଦିବସ ବୁଟୁପାଲି ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟ ନିକଟ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ସୁଧୀର କର୍ଣ୍ଣ, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ଅବସରପ୍ରାପ୍ତ ଶିକ୍ଷକ ସଞ୍ଜୀବ କୁମାର୍ ମହାପାତ୍ର, ଆଈ. ଏନ. ଟି. ୟୂ. ସି. ସଭାପତି ସରୋଜ କୁମାର ପ୍ରଧାନ, କଂଗ୍ରେସ ଆଇନଜୀବୀ ସେଲ୍ ର ସଭାପତି ବିଶ୍ୱଜିତ ମିଶ୍ର, ପୂର୍ବତନ ସରପଞ୍ଚ ସଦାନନ୍ଦ ପ୍ରଧାନ, ସହଦେବ ବାରିକ, କେଶବ କ୍ଷେତି ପ୍ରମୁଖ ମଞ୍ଚାସୀନ ଥିଲେ l ଭାରତୀୟ ଜାତୀୟ କଂଗ୍ରେସ ଦେଶର ସ୍ବାଧିନତା ଆଣିବା ସହ ସ୍ବାଧିନତା ପରବର୍ତ୍ତୀ କାଳରେ ଦେଶକୁ ବିକାଶର ବାଟ ଦେଖାଇଛି ବୋଲି ମଞ୍ଚାସୀନ ଅତିଥିମାନେ ମତ ପ୍ରକାଶ କରିଥିଲେ l କଂଗ୍ରେସ ଦଳର ପ୍ରାୟ 50 ଜଣ ବରିଷ୍ଠ କର୍ମୀଙ୍କୁ ଏ ଅବସରରେ ପ୍ରଦେଶ କଂଗ୍ରେସ ଓ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା | ସଭାରେ ସମରେଶ ମିଶ୍ର ସଂଯୋଜନା କରିଥିବା ବେଳେ ଶେଷରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ | ଜିଲ୍ଲାର ବିଭିନ୍ନ ଅଂଚଳରୁ କଂଗ୍ରେସ କର୍ମୀ ମାନେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ |

hiranchal ad1
Leave A Reply

Your email address will not be published.

nineteen − thirteen =