ବିଜେପି ଦଳ ତରଫରୁ ବୌଦ୍ଧବ୍ଲକ ଘେରାଉ ଓ ପ୍ରତିବାଦସଭା

0 339

ବୌଦ୍ଧ,୨୮/୧୨- ଆଜି ବୌଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ବିଜେପି ନିର୍ଦ୍ଦେଶ ମତେ ବୌଦ୍ଧ ବ୍ଲକରେ ଘେରାଉ ଓ ପ୍ରତିବାଦ ସଭା ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫଳକରେ ଛୋଟ ଅକ୍ଷରରେ ପ୍ର. ଆ. ଯୋ.( ଗ୍ରାମୀଣ) ଲେଖାଥିବା ବେଳେ ଚଞ୍ଚକତା କରି ବଡ଼ ବଡ଼ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖି ବିଜୁ ବାବୁଙ୍କ ଫଟୋ ବଡ ଆକାରରେ ରଖି ଷ୍ଟିକର ମାରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ପ୍ରଚାର କରିବାର ଷଡଯନ୍ତ୍ର କରି ରାଜ୍ୟବାସୀଙ୍କୁ ଠକୁଛନ୍ତି । ନୂତନ ଷ୍ଟିକର ମାରି ଦ୍ୱିତୀୟ ବାର ବିଲ୍‌କରି ଟଙ୍କା ହଡପ କରିବାର ଯୋଜନା କରି ଚିଠି ବାଣ୍ଟୁଛନ୍ତି । ଏଣୁ କେନ୍ଦ୍ର ସରକାରଙ୍କର ଯୋଜନା ରାଜ୍ୟ ସରକାର ପରିବର୍ତ୍ତନ କରିପାରିବେ ନାହିଁ । ଆଇନ୍‌ରେ ସ୍ପଷ୍ଟ ଲେଖାହୋଇଅଛି ଏସବୁ ବେଆଇନ୍‌ କାମପାଇଁ ପ୍ରତିବାଦ ସଭା କରାଯାଇ ସମସ୍ତ କାଗଜକୁ ଚିରି ଫୋପାଡି ପ୍ରତିବାଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହ ଜିଲ୍ଲାର ବରିଷ୍ଠ ବିଜେପି ନେତା ମନୋରଞ୍ଜନ ଦାସ, ଶ୍ରୀମତୀ ନମିତାରାଣୀ ଦାସ, ସୂର୍ଯ୍ୟ ନାରାୟଣ ମହାପାତ୍ର, ପ୍ରେମାନନ୍ଦ ମିଶ୍ର, ତାପସ ପଟ୍ଟନାୟକ, ସୁଶାନ୍ତ ବାଘ, ସତ୍ୟାନନ୍ଦ ପାଣ୍ଡେ, ଶ୍ୟାମସୁନ୍ଦର ପୁରୋହିତ, ଶିବ କ୍ଷେତି, ବିଶିକେଶନ ପ୍ରଧାନ, ଯୀଶୁ ପ୍ରଧାନ, ଦାମୋଦର ମିଶ୍ର, ହେମନ୍ତ ମହାକୁଡ, ହରି ଧଳ, ପରେଶ ସିଂ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × four =