ବିଜେପି ତରଫରୁ କଣ୍ଟାମାଳ ବ୍ଲକ ଘେରାଉ ଓ ପ୍ରତିବାଦ ସଭା

0 377

ବୌଦ୍ଧ,୨୮/୧୨- ଆଜି ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟକାରିଣୀ ସଦସ୍ୟ କହ୍ନେଇଚରଣ ଡାଙ୍ଗଙ୍କ ନିର୍ଦ୍ଦେଶମତେ କଣ୍ଟାମାଳ ବ୍ଲକରେ ଘେରାଉ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫଳକରେ ଛୋଟ ଅକ୍ଷରରେ ପ୍ର. ଆ. ଯୋ.( ଗ୍ରାମୀଣ) ଲେଖାଥିବା ବେଳେ ଚଞ୍ଚକତା କରି ବଡ଼ ବଡ଼ ଅକ୍ଷର ରେ ବିଜୁ ପକ୍କାଘର ଯୋଜନା ଲେଖି ବିଜୁ ବାବୁଙ୍କ ଫଟୋ ବଡ ଆକାରରେ ରଖି ଷ୍ଟିକର ମାରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ପ୍ରଚାର କରିବାର ଷଡଯନ୍ତ୍ର କରି ରାଜ୍ୟବାସୀଙ୍କୁ ଠକୁଛନ୍ତି । ନୂତନ ଷ୍ଟିକର ମାରି ଦ୍ୱିତୀୟ ବାର ବିଲ କରି ଟଙ୍କା ହଡପ କରିବାର ଯୋଜନା କରି ଚିଠି ବାଣ୍ଟୁଛନ୍ତି । ଏଣୁ କେନ୍ଦ୍ର ସରକାରଙ୍କର ଯୋଜନା ରାଜ୍ୟ ସରକାର ପରିବର୍ତ୍ତନ କରିପାରିବେ ନାହିଁ ଆଇନ୍‌ରେ ସ୍ପଷ୍ଟ ଲେଖାହୋଇଅଛି ଏସବୁ ବେଆଇନ୍‌ କାମପାଇଁ ପ୍ରତିବାଦ ସଭା କରାଯାଇଥିଲା । କଣ୍ଟାମାଳ ବିଡ଼ିଓ ସୁଶ୍ରୀ ବନ୍ଦନା ଖଟୁଆଙ୍କୁ ଦାବି ପତ୍ର ଦିଆଯାଇ, କଣ୍ଟାମାଳ ଥାନାରେ ମଧ୍ୟ ଏଫଆଇଆର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟକାରିଣୀ ସଦସ୍ୟ କହ୍ନେଇଚରଣ ଡାଙ୍ଗ, ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ ଓ ବିଜେପିର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × one =