କରୋନା ବିପତ୍ତି ବେଳେ ଡ. ଅଚ୍ୟୁତ ସାମନ୍ତଙ୍କ ଉଲ୍ଲେଖନୀୟ କାର୍ଯ୍ୟ

0 230

ଖପ୍ରାଖୋଲ,୨୮/୧୨- ବିଶ୍ୱ କରୋନା କଟକଣା ସମୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ )ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୃଥିବୀର ପ୍ରଥମ ନିଃଶୁଳ୍କ କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼. ଅଚ୍ୟୁତାନନ୍ଦ ସାମନ୍ତ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହାତକୁ ନେଇ ସାରା ଭାରତ ବର୍ଷରେ ଉଦାହରଣ ସୃଷ୍ଟି କରିଛନ୍ତି । କିସ ଛାତ୍ରଛାତ୍ରୀମାନଙ୍କୁ ନିରବଛିନ୍ନ ଶିକ୍ଷାଦାନ ପାଇଁ କିସ୍‌ ତରଫରୁ ଅନଲାଇନ ଲାଇଭ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି । ଏହା ସହିତ କିସ କିଟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ କିସର ଶିକ୍ଷକମାନେ ପ୍ରତିମାସରେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ଅନୁଧ୍ୟାନ କରିବାକୁ ପ୍ରତିବ୍ଲକକୁ ଆସୁଛନ୍ତି । କିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଶ୍ରେଷ୍ଠ ଅବଦାନ ଫଳରେ ଷଷ୍ଠ ପର୍ଯ୍ୟାୟ ପାଠ୍ୟ ପୁସ୍ତକ ,ପାଠ୍ୟ ଉପକରଣ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଆଦି ସମସ୍ତ ବ୍ଲକରେ ବଣ୍ଟନ କରାଯାଇଛି । ଆଜି ବଲାଙ୍ଗିର ଜିଲ୍ଲାର ୧୪ ଗୋଟି ବ୍ଲକରେ କିଟ ବିଶ୍ୱବିଦ୍ୟାଳୟର ବସ ଯୋଗେ ସାମଗ୍ରୀ ପହଞ୍ଚିଥିଲା । ଆଜି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତାମାନେ ପାଠ୍ୟ ପୁସ୍ତକ , ପାଠ୍ୟ ଉପକରଣ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଭୁତାଣୁ ଜନିତ ଲକ ଡାଉନ କଟକଣା ଯୋଗୁଁ ମାର୍ଚ୍ଚମାସ ଦ୍ୱିତୀୟ ସପ୍ତାହରୁ ଭାରତ ତଥା ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଅଧ୍ୟୟନରତ ୩୦ହଜାର ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ କରୋନା ଆତଙ୍କର ପ୍ରଭାବ ଯୋଗୁଁ ନିଜ ନିଜ ଗାଁ ରେ ରହୁଛନ୍ତି । କିସର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅବ୍ୟାହତ ରଖିବା ପାଇଁ କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ସାମନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ସାନିଟାଇଜର ସାମଗ୍ରୀ ,ଚାଉଳ ,ଚୁଡା ,ବିସ୍କୁଟ ,ଚିନି ଶୁଖିଲା ଖାଦ୍ୟ ସାମଗ୍ରୀ ,ଦ୍ୱିତୀୟ ପର୍ଯ୍ୟାୟରେ ପାଠ୍ୟପୁସ୍ତକ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ସାମଗ୍ରୀ ,ତୃତୀୟ ପର୍ଯ୍ୟାୟରେ ଆଦର୍ଶ ପ୍ରଶ୍ନପତ୍ର ,ଶୁଖିଲା ଖାଦ୍ୟ ସାମଗ୍ରୀ ,ଝିଅ ମାନଙ୍କ ଡ୍ରେସ ଏବଂ ଚତୁର୍ଥ ପର୍ଯ୍ୟାୟ ରେ ଟି ସାର୍ଟ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାବୁନ ଇତ୍ୟାଦି ପଠାଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ରେ ପ୍ଲସ ଟୁ,ପ୍ଲସ ଥ୍ରୀ ପିଲାଙ୍କ ପାଇଁ ପାଠ୍ୟ ପୁସ୍ତକ ,ପାଠ୍ୟ ଉପକରଣ ,ବିସ୍କୁଟ ,ଚୁଡା ,ଚାଉଳ ,ଚିନି ,ଡାଲି ପଠାଇଛନ୍ତି । ନିରନ୍ତର ପାଠପଢା ଚାଲୁ ରଖିବା ପାଇଁ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷାଦାନ ,ଅନଲାଇନ ଶିକ୍ଷାଦାନ ମଧ୍ୟ ବ୍ୟବସ୍ଥା ଜାରି ରଖିଛନ୍ତି କିସ କିଟ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୁଗାନ୍ତକାରୀ ପ୍ରୟାସଏବଂ ଐତିହାସିକ କାର୍ଯ୍ୟକୁ ଆଦିବାସୀମାନେ କୃତଜ୍ଞତା ଜଣାଇଛନ୍ତି । ଜନସାଧାରଣ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି । କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ,ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇ ,ବ୍ଲକ ସଭାପତି ଅଷ୍ଟରତ୍ନ ବରିହା ,ବିପ୍ର ବିଶି ,ପଦ୍ମନ ପ୍ରଧାନୀ,ଶରତ ଚନ୍ଦ୍ର ସିଂ ଭୋଇ ,ଦୁଃଖିଶ୍ୟାମ ଭୋଇ ,ଘିମାନନ୍ଦ ଭୋଇ ,ବଳଦେବ ଭୋଇ ,ସନ୍ତୋଷ ପୁଟା ,ଘନଶ୍ୟାମ ପ୍ରଧାନୀ , ବନାଲତା ମାଝି ,କଣ୍‌ହୁ ଚରଣ ପ୍ରଧାନ ,ସୁଦାମ ଚରଣ ଭୋଇ ,ଡମ୍ବରୁ ଧରୁଆ ,ସାରଥୀ ବାଗ ,ଭୂପାଲ ବିଶ୍ୱାଳ ,ମନବୋଧ ବରିହା ,ଅଚୁତ ଧରୁଆ ,ବିକ୍ରମ ଭୋଇ ଘନ ଭୋଇ ,ଟିକେଶ୍ୱର ଧରୁଆ ,ଧରମସିଂ ଧରୁଆ ,ଦଶରଥ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × two =