ମହାନଦୀକୁ ଶୌଚ ପାଇଁ ଯାଇ ଜଣେ ବ୍ୟକ୍ତି ନିଖୋଜ

0 1,870

ବୌଦ୍ଧ,୨୮/୧୨ – ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ପଞ୍ଚାୟତ ସାନ ବଙ୍କାପଡା ଗ୍ରାମର ଜଣେ ବ୍ୟକ୍ତି ଆଜି ସକାଳେ ଶୌଚ କର୍ମ ପାଇଁ ମହାନଦୀକୁ ଯାଇ ଆଉ ଘରକୁ ଫେରି ନଥିବା ହେତୁ ନିଖୋଜ ନେଇ ଚର୍ଚ୍ଚା ଧରିଛି । ମିଳିଥିବା ସୂଚନା ଅନୁଯାୟୀ ସାନ ବଙ୍କାପଡା ଗ୍ରାମର ସୁରେଶ କର୍ଣ୍ଣ (୫୭) ଆଜି ସକାଳ ୫ ଘଣ୍ଟା ସମୟରେ ଘରୁ ବାହାରି ଶୌଚ ପାଇଁ ଯାଇଥିଲେ । ସେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ସୁରେଶ ଜଣେ ଶ୍ରମଜୀବୀ ବ୍ୟକ୍ତି ଅଟନ୍ତି । ତାଙ୍କର ହାତ ଭାଙ୍ଗି ଯାଇଥିବାରୁ ଗତ ଦୁଇ ମାସ ଧରି କାମଧନ୍ଦା କରିନପାରି ଘରେ ବସି ରହିଥିଲେ । ଅଭାବ ଅସୁବିଧା ମଧ୍ୟରେ ପରିବାର ଚଳୁଥିବାରୁ ସେ ମନସ୍ତାପ ମଧ୍ୟରେ ରହିଥିବା ନିକଟ ସମ୍ପର୍କୀୟ ମାନଙ୍କ ସୂତ୍ରରୁ ପ୍ରକାଶ । ପରିବାର ଲୋକ ବନ୍ଧୁ ବାନ୍ଧବ ଘରେ ଖୋଜା ଖୋଜି କରୁଥିବା ଜଣାପଡିଛି । ଏ ସମ୍ପର୍କରେ ପୋଲିସ୍‌ରେ ଅଭିଯୋଗ ହୋଇନଥିବା ଶୁଣିବାକୁ ମିଳେ ।

hiranchal ad1
Leave A Reply

Your email address will not be published.

17 + 10 =