ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତଙ୍କ ମୃତ୍ୟୁ

0 186

ବାଉଁଶୁଣୀ ,୨୭/୬ : ବୌଦ୍ଧ ବ୍ଲକ୍ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଖମାର ଗ୍ରାମରେ ଜଣେ ବ୍ୟକ୍ତି ଗତକାଲି ଅପରାନ୍ହ ସମୟରେ ନିଜ ଘର ବିଦ୍ୟୁତ୍ ଲାଇନ୍ ସଜାଡ଼ିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଖମାର ଗ୍ରାମର ସତ୍ୟ ନାରାୟଣ ପଲିଆ(45) ଗତକାଲି ଅପରାନ୍ହ ପ୍ରାୟ 4 ଘଣ୍ଟା ସମୟରେ ନିଜ ଘର ବିଦ୍ୟୁତ୍ ଲାଇନ୍ ସଜାଡ଼ିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ | ତାଙ୍କୁ ଉଦ୍ଧାର କରି ପରିବାର ଲୋକ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣା ପଡିଛି l ଖବର୍ ପାଇ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ପୋଲିସ ବାଉଁଶୁଣୀ ଡାକ୍ତରଖାନା ପହଂଚି ଶବକୁ ଜବତ୍ କରି ତଦନ୍ତ ଜାରି ରଖିଛି l ତାଙ୍କର 15 ବର୍ଷ ବୟସର ଏକ ପୁଅ ଓ 10 ବର୍ଷର ଝିଅ ଅଛନ୍ତି | ମୃତ ସତ୍ୟ ନାରାୟଣ ଜଣେ ଗରିବ ପରିବାରର ଓ ସେ ପରିବାରର ଏକ ମାତ୍ର ଉପାର୍ଜନକ୍ଷମ ବ୍ୟକ୍ତିଥିବାରୁ ସହାୟତା ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

eleven − seven =