ଜମ୍ମୁ ବିମାବନ୍ଦରର ଟେକ୍ନିକାଲ ଅଂଚଳରେ ବିସ୍ଫୋରଣ

0 62

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଏୟାରପୋର୍ଟ ପରିସରରେ ବିସ୍ଫୋରଣ । ଜମ୍ମୁ ବିମାବନ୍ଦରର ଟେକ୍ନିକାଲ ଅଂଚଳରେ ବିସ୍ଫୋରଣ ହୋଇଥିବା ରିପୋର୍ଟରୁ ଜଣାଯାଇଛି । ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ଫରେନସିକ ଟିମ୍ ଏବଂ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ବିଳମ୍ୱିତ ରାତି ୨ଟାରେ ଏହି ବିସ୍ଫୋରଣ ଘଟିଛି । ସୂଚନା ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀର ବ୍ୟାପକ ବ୍ୟବସ୍ଥା ପରେ ଆତଙ୍କବାଦୀମାନେ ଏବେ ସକ୍ରିୟ ହୋଇଉଠିଛନ୍ତି ।

hiring

ଏହି ବିସ୍ଫୋରଣରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଅରବିନ୍ଦ ସିଂ ଏବଂ ଏଲଏସି ଏସ.କେ ସିଂ ବୋଲି ଚିହ୍ନଟ କରାଯାଇଛି । ଉଭୟଙ୍କୁ ତୁରନ୍ତ ବାୟୁସେନା ଷ୍ଟେସନ ଜାମ୍ମୁରେ ଅବସ୍ଥିତ ଏମଆଇ ରୁମରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ।
ବୋମା ନିଷ୍କାସନ ସ୍କ୍ୱାଡ ସହିତ ସେନା ଏବଂ ପୋଲିସ ବୈଷୟିକ ବିମାନବନ୍ଦରରେ ପହଞ୍ଚିଛନ୍ତି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି । ବିମାନ ବନ୍ଦର ବାହାରେ ଯିବା ଆସିବାକୁ ଅନୁମତି ନାହିଁ । ସେପଟେ ଶନିବାର ବିଳମ୍ବିତ ରାତିରେ ସହରରୁ ଦୁଇଜଣ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି । ଏହି ସମୟରେ ବର୍ତ୍ତମାନ ପାରା ଫୋର୍ସ କମାଣ୍ଡୋ ମଧ୍ୟ ବିମାନବନ୍ଦର ଭିତରକୁ ଯାଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 4 =