ଖେଳପାଇଁ ମଞ୍ଜୁରୀ ପ୍ରଦାନକଲେ ରାଜ୍ୟ ସରକାର

0 87

କଟକ,୧୯/୦୭: ମହାମାରୀ କୋଭିଡ ୧୯,ସାରା ବିଶ୍ୱର ଅର୍ଥନୀତି କୁ ଦୋହଲାଇ ଦେଇଥିବା ବେଳେ,ଘରୁ ବାହାରିବା ମଧ୍ୟ ବନ୍ଦ କରିଦେଇଥିଲା । ସାରା ବିଶ୍ୱ ଚିନ୍ତାଗ୍ରସ୍ତ ଥିଲା । କଥାରେ ଅଛି ମଣିଷ ଜୀବନ ଅମୂଲ୍ୟ ଜୀବନ । ଆଉ ସେଇ ଅମୂଲ୍ୟ ଜୀବନକୁ ସୁସ୍ଥ ରଖିବା ପାଇଁ ଦୈନିକ ଖେଳ,କସରତ କରାଯିବା ଉଚିତ । କିନ୍ତୁ ମହାମାରୀର ପ୍ରଭାବ ପାଇଁ ଏହା ବନ୍ଦ ଥିଲା । କିନ୍ତୁ ଏବେ ଦ୍ୱିତୀୟ ଲହର ଶେଷ ଭାଗରେ ଆମ ରାଜ୍ୟ ସରକାର ପୁଣି ଥରେ ଖେଳକୁ ମଞ୍ଜୁରୀ ଦେଲେ । ଦୀର୍ଘ ୩ମାସ ରୁ ଉର୍ଦ୍ଧ୍ବ ହେବ ମଣିଷର ଖେଳକୁଦ ବନ୍ଦ ଥିଲା । ଯାହା ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ । ସେଥିପାଇଁ ଗତକାଲି ଠାରୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଆଉଟଡୋର ଖେଳକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେଥିପାଇଁ ଅଲ ଓଡିଶା ଟେନିକୋଟ ଏକାଡେମୀ ର ସାଧାରଣ ସମ୍ପାଦକ ଶ୍ରୀ ଏସ କେ ସିନ୍ହା ,ସଭାପତି ଶ୍ରୀ ଅମର ପ୍ରସାଦ ଶତପଥୀ ଏବଂ କୋଚ ଶ୍ରୀ ଅରୁଣ ନାୟକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଆଜିଠାରୁ ତାଙ୍କର ଦୈନିକ ଖେଳ ଅଭ୍ୟାସ ପ୍ରସ୍ତୁତି କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten − 3 =