ଆକ୍ସନ ଏଡ ତରଫରୁ ୪ଗୋଟି ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ

0 75

ସୁବର୍ଣ୍ଣପୁର,୧୯/୭- କରୋନା ମହାମାରୀର ତୃତୀୟଲହରକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ସହ ଜିଲ୍ଳା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ସହିତ ପ୍ରସ୍ତୁତି ଚାଲିଛି l ଏହି ପରିପ୍ରେକ୍ଷୀରେ ରାଜ୍ୟ ଆକ୍ସନ ଏଡ଼ ସ୍ବେଛାସେବୀ ଅନୁଷ୍ଠାନ ସ୍ୱତଃ ଏହି ମାନବୀୟ ମହତ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରି ଆଜି ଅତିରିକ୍ତ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାସ ଙ୍କ ଦ୍ୱାରା ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଭିତ୍ତି ଭୂମିର ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ 4ଗୋଟି ଅମ୍ଳଜାନ ସାନ୍ଧ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦେଶ୍ୟରେ ଆକ୍ସନ-ଏଡ଼ ର ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଘାସିରାମ ପଣ୍ଡା ପ୍ରଦାନ କରିଛନ୍ତି l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦିଲୀପ କୁମାର ପଣ୍ଡା ଓ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ ପ୍ରଦତ୍ତ ଅମ୍ଳଜାନ ସାନ୍ଧ୍ରକ ଗ୍ରହଣ କରିବା ସହ ଶ୍ରୀଯୁକ୍ତ ପଣ୍ଡା ଙ୍କୁ ଧନ୍ୟବାଦ ଦେବାସହ ଅନୁଷ୍ଠାନ ର ଏହି ମହତ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଆକ୍ସନ ଏଡ଼ ର ଜିଲ୍ଲା ସଂଯୋଜକ ରାକେଶ ପ୍ରଧାନ,ସ୍ୱାସ୍ଥ୍ୟ ବିଭାଗର ତାରିଣୀ ପାତ୍ର, ପ୍ରଧାନ ଶିକ୍ଷକ ସାହାରା ସ୍କୁଲ, ଗତିକୃଷ୍ଣ ମିଶ୍ର,ଶିକ୍ଷାବିତ ଅମ୍ବୁଜ ବିହାରୀ ଶତପଥୀ, ରେଆର ସମ୍ପାଦକ ଅନଙ୍ଗ ନେଗୀ, ସାମ୍ବାଦିକ ସ୍ୱାଧୀନ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାସ ଆକ୍ସନ ଏଡ଼ ସ୍ବେଛାସେବୀ ଅନୁଷ୍ଠାନ ର ଏହି ମହତ କାର୍ଯ୍ୟ ନିମନ୍ତେ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ l

hiranchal ad1
Leave A Reply

Your email address will not be published.

6 + 17 =