ମହାନଦୀ ସେତୁରୁ ମା ସହିତ ଶିଶୁ ନିଖୋଜ, ଆତ୍ମହତ୍ୟା ନା ଅପହରଣ ସେନେଇ ପୁଲିସ ତଦନ୍ତ ଅବ୍ଯାହତ

0 175

ସମ୍ବଲପୁର: ଏଠାରେ ମହାନଦୀ ଉପରେ ନବନିର୍ମିତ ଦ୍ବିତୀୟ ସେତୁରୁ ଗତକାଲି ସନ୍ଧ୍ୟାରୁ ନିଜର ତିନି ବର୍ଷର ଶିଶୁକନ୍ଯା ସହିତ ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି । ଉକ୍ତ ମହିଳାଜଣକ ସ୍ଥାନୀୟ ଧମା ନିବାସୀ ଓ ତାଙ୍କର ନାମ ପୂଜା(୨୯) ଓ ତାଙ୍କ ଝିଅ ମାନସୀ (୩) ଓ ବୋଲି ଜଣାପଡିଛି । ଏହି ଘଟଣା ପରଠାରୁ ସେତୁ ଉପରେ ଏକ ସ୍କୁଟର ଓ ହଳେ ଚପଲ ପଡି ରହିଛି, ଯାହାକି ଇଙ୍ଗିତ କରୁଛି ଯେ ଏହା ଆତ୍ମହତ୍ୟାର ଏକ ମାମଲା ହୋଇପାରେ । ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ସ୍କୁଟରଟି ନିଖୋଜ ମହିଳାଙ୍କ ଜଣେ ସମ୍ପର୍କୀୟ ଭାଇ ବିବେକ ର ବୋଲି ଚିହ୍ନଟ ହୋଇଛି ଓ ସେ ବୁଲିଯିବା ପାଇଁ ଏହା ତାଙ୍କଠାରୁ ମାଗି ଆଣିଥିଲେ । ଏହା ଏକ ଆତ୍ମହତ୍ୟାର ମାମଲା ସନ୍ଦେହ ଆଧାର ରେ ଗତକାଲି ସନ୍ଧ୍ୟାରେ ଦମକଳର ଏକ ବୁଡାଳି ଦଳ ମହାନଦୀର ପାଣିରେ ସେମାନଙ୍କ ମୃତଦେହ ସନ୍ଧାନ କରୁଛନ୍ତି । ଗତସନ୍ଧ୍ୟାରେ ଆଲୁଅ କମିଯିବାରୁ ଏହି ସନ୍ଧାନ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ଓ ଆଜି ସକାଳୁ ତାହା ଅବ୍ଯାହତ ରହିଛି । ହୀରାକୁଦ ରୁ ବର୍ତ୍ତମାନ ବନ୍ଯାଜଳ ନିଷ୍କାସନ ଯୋଗୁଁ ମହାନଦୀରେ ପ୍ରାୟ ୧.୩ ଲକ୍ଷ କ୍ଯୁସେକ ଜଳରାଶି ପ୍ରବାହିତ ହେଉ ଥିବାରୁ ବୁଡାଳିମାନଙ୍କ ପାଇଁ ସନ୍ଧାନକାର୍ଯ୍ୟ କଠିନ ହୋଇପଡିଛି । ଅପରପଟେ ସେ ଦୁହେଁ ଏକ ଧନୀ ବ୍ଯବସାୟୀଙ୍କ ପରିବାରରୁ ଆସି ଥିବାରୁ ଓ ଏହା ସନ୍ଧ୍ୟା ସମୟରେ ଘଟିଥିବାରୁ ଏହା ଅପହରଣର ଏକ ମାମଲା ମଧ୍ୟ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

hiranchal ad1
Leave A Reply

Your email address will not be published.

3 × one =