ମନରେଗା ମଜୁରୀ ବୃଦ୍ଧି ଦାବି

0 446

ବୌଦ୍ଧ,୩୦/୬- ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ମଜୁରୀ ବଢାଇବା ଓ ୨୦୦ ଦିନର କର୍ମନିଯୁକ୍ତି ଦେବା ଦାବିକରି ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ବ୍ଲକ ପକ୍ଷରୁ ଦାବି କରାଯାଇଛି । ୩ଦଫା ଦାବି ସମ୍ବଳିତ ଏକ ପତ୍ର ବୌଦ୍ଧ ବିଡିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଲକ୍ଡାଉନ ଯୋଗୁଁ ସବୁଠାରୁ ଶ୍ରମିକମାନଙ୍କ ଆର୍ଥିକସ୍ଥିତି ବିଗିଡି ଯାଇଛି ତେଣୁ ମନରେଗାର ନିଶ୍ଚିତ କର୍ମନିଯୁକ୍ତି ଅବଧି ୨ଶହ ଦିନକୁ ବୃଦ୍ଧି କରାଯିବାପାଇଁ ଆଦିମ ଅଧିବାସୀ ଏକତା ମଞ୍ଚ ଦାବି କରିଛି । ବିଭିନ୍ନ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଜବକାର୍ଡ ପ୍ରଦାନ, ଦୈନିକ ମଜୁରୀ ୬୦୦ ଟଙ୍କାକୁ ବୃଦ୍ଧି ଏବଂ ମନରେଗା ଆଇନର ଧାରା ୧୬ (୧) ଅନୁସାରେ ଗ୍ରାମପଂଚାୟତ, ଗ୍ରାମସଭା ଏବଂ ପଲ୍ଲୀସଭାର ସୁପାରିଶ ଆଧାରରେ ମନରେଗା ଯୋଜନାକୁ କାର୍ଯ୍ୟକାରୀ କରାଯିବାକୁ ଦାବି କରାଯାଇଛି । ଗ୍ରାମର ଚାହିଦାକୁ ଆଖିଆଗରେ ରଖି ଆୟ ସୃଷ୍ଟିକାରୀ ଏବଂ ଗୋଷ୍ଠୀଗତ ସମ୍ବଳ ବୃଦ୍ଧି ହେବାଭଳି ପ୍ରକଳ୍ପ ଗୁଡିକୁ ମନରେଗାରେ ଅଗ୍ରାଧିକାର ଦିଆଯାଉ ବୋଲି ଏକତା ମଞ୍ଚ ନିଜ ଦାବିପତ୍ରରେ ଅନୁରୋଧ କରିଛି । ବୌଦ୍ଧ ବିଡିଓଙ୍କ ଅନୁପସ୍ଥିତିରେ ବୌଦ୍ଧ ପଞ୍ଚାୟତ ସମିତିର ମୁଖ୍ୟକିରାଣୀ ଆଦିମ ଅଧିବାସୀ ଏକତା ମଞ୍ଚର ପ୍ରତିନିଧିଙ୍କ ଠାରୁ ସୋମବାରଦିନ ସେମାନଙ୍କର ଦାବିପତ୍ର ଗ୍ରହଣ କରିଥିଲେ । ଆଦିମ ଅଧିବାସୀ ଏକତା ମଂଚ ପକ୍ଷରୁ ବୌଦ୍ଧବ୍ଲକ ସଂଯୋଜକ ନିରଞ୍ଜନ ବିଶି, ସଭାନେତ୍ରୀ ମମତା ମଲ୍ଲିକ, ସଦସ୍ୟ ଋଷି କହଁର ଓ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen + 20 =