ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଜଣଙ୍କର କରୋନା ପଜିଟିଭ

0 113

ସୋନପୁର,୩୦/୬ : ଜିଲ୍ଲାର ସମସ୍ତ ୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ର ୩୬ ଘଣ୍ଟା ପରେ ପୁଣି ଜଣଙ୍କ ର ସ୍ୱାବ ନମୁନା ପଜିଟିଭ ଆସିବା ଘଟଣାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଚିନ୍ତା ବଢ଼ିଛି ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ସୂଚନା ମତେ ନୂତନ ଆକ୍ରାନ୍ତ ଜଣକ ବିନୀକା ବ୍ଲକ ର ସେଲେଡି ଅଞ୍ଚଳର ୨୦ବର୍ଷୀୟ ଯୁବକ ନିକଟରେ ତାମିଲନାଡୁ ରୁ ଫେରି କୁଇବାହାଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହିଥିଲେ।ତାଙ୍କର ପଠାଯାଇଥିବା ସ୍ୱାବ ନମୁନା ପଜିଟିଭ ଆସିବାରୁ ପୁଣିଥରେ ଜିଲ୍ଲାରେ ଆକ୍ରାନ୍ତ ଙ୍କ ଆଉ ଏକ ସଂଖ୍ୟା ବଢ଼ିଛି ଲିଷ୍ଟ ରେ ।ଅନ୍ୟ ପକ୍ଷରେ ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅନ୍ୟ ୮ଜଣ ହାଇରିସ୍କ ରେଥିବାବେଳେ ଅନ୍ୟ ୫ଜଣ ଲୋ ରିସ୍କରେ ଥିବା କଥା ଜିଲ୍ଲାର କୋଭିଡ୍୧୯ ଅଧିକାରୀ ଡ଼,ନବକିଶୋର ବେହେରାସୂଚନା ଦେଇଛନ୍ତି। ତେବେ ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ର ସରଭେଲେନ୍ସ ଟିମ ଘରକୁ ଘର ବୁଲି ଅନ୍ୟୁନ ୨୦୯ଜଣଙ୍କ ୱ।ନ୍ ରାଉଣ୍ଡ ସର୍ଚ୍ଚ ଆରମ୍ଭ କରିଥିବା ଡ଼,ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୮ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ୫୧୫୪ ସ୍ୱ।ବ୍ ସଂଗ୍ରହ କରି ପଠାଯାଇଥିବା ବେଳେ ୪୭୬୨ଟି ରିପୋର୍ଟ ହସ୍ତଗତ ହୋଇଛି ଏଥି ମଧ୍ୟରୁ ୩୬ ଜଣଙ୍କ ନମୁନା ରିପୋର୍ଟ ପଜଟିଭ ଆସିସାରିଛି। ତେବେ ବର୍ତ୍ତମାନ ର ପଜିଟିଭ ଥିବା ଯୁବକ ଜଣକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବାରୁ ଗୋଷ୍ଠୀ ସଂକ୍ରମଣ ର ଭୟ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱ।ସ୍ଥ୍ୟ ଅଧିକାରୀ ଡ଼, ଦିଲ୍ଲୀପ କୁମାର ପଣ୍ଡା ସୂଚନା ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଯେମିତି ଗୋଷ୍ଠୀ ସଂକ୍ରମଣ ନହେବ ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 2 =