ସମ୍ବଲପୁର ଜିଲ୍ଲା: ୪ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ମୋଟସଂଖ୍ୟା ୫୪ରେ ପହଞ୍ଚିଲା

0 91

ସମ୍ବଲପୁର,
ଆଜି ୪ଜଣ ନୂଆ ପଜିଟିଭ ମାମଲା ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀଙ୍କ ମୋଟ ସଂଖ୍ୟା ୫୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ଓ ବାକି ୩୦ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଣେ ୬୩ବର୍ଷିଆ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ଗତ ୨୩ ତାରିଖ ଦିନ ଦିଲ୍ଲୀ ରୁ ଏଠାକୁ ଆସିବା ପରଠାରୁ ନିଜ ଖର୍ଚ୍ଚ ରେ ସମ୍ବଲପୁର ନଗର ଭିତରେ ସ୍ଥାନୀୟ ହୋଟେଲ ଗ୍ରାଣ୍ଡ ଶିବାଠାରେ ସଞ୍ଚାଳିତ କ୍ୱାରେଣ୍ଟାଇନ କେନ୍ଦ୍ରରେ ଆଶ୍ରୟ ନେଇଥିଲେ । ତାଙ୍କ ଦେହରେ କରୋନା ର କୌଣସି ଲକ୍ଷଣ ଦେଖା ଯାଉ ନଥିଲା, କିନ୍ତୁ ସ୍ବାବ ପରୀକ୍ଷାରେ ପଜିଟିଭ ବାହାରି ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଆଜି କୋଭିଡ ହସ୍ପିଟାଲ ପଠା ଯାଇଛି । ସେହିପରି ଆଜି ରେଢାଖୋଲ ଟିଏମସି ରେ ଜଣେ ୧୯ବର୍ଷୀୟ ଯୁବକ ଙ୍କୁ ପଜିଟିଭ ଚିହ୍ନଟ କରାଯାଇଛି, ଓ ଉତ୍ତରପ୍ରଦେଶରୁ ଆସିବା ପରଠାରୁ ତାଙ୍କୁ ସେଠାରେ ରଖାଯାଇଥିଲା । ଆଜିର ଅନ୍ୟ ଦୁଇଟି ଯାକ ମାମଲା ଜମନକିରା ଟିଏମସି ରେ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ୨୨ ବର୍ଷୀୟ ଯୁବକ କର୍ଣ୍ଣାଟକ ରୁ ଆସିଥିବା ବେଳେ ଅନ୍ୟ ଜଣକ ୨୮ବର୍ଷୀୟ ଯୁବକ ପଶ୍ଚିମ ବଙ୍ଗ ରୁ ଆସି ଥିବା ଜଣାପଡିଛି । ଆଜିକାର ଚାରୋଟି ଯାକ ମାମଲାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା ଓ ସେମାନେ ସ୍ବାବ ପରୀକ୍ଷାରେ ପଜିଟିଭ ଚିହ୍ନଟ ହୋଲାପରେ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ଯକ୍ତିର ବିସ୍ତୃତ ସମ୍ପର୍କ ସୂଚୀ ପ୍ରସ୍ତୁତ କରା ଯାଉଛି ।

hiranchal ad1
Leave A Reply

Your email address will not be published.

two + 10 =