ସରପଞ୍ଚଙ୍କ ନିର୍ଦ୍ଦେଶକୁ ଖାରଜ କଲେ ଜିଲ୍ଲାପାଳ

0 2,841

ବୌଦ୍ଧ:ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ଗ୍ରାମପଞ୍ଚାୟତର ସରପଞ୍ଚ ଜିଲ୍ଲାପାଳ କ୍ଷମତାର ବ୍ୟବହାରକରି କୋଭିଡ କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ରିଲିଭ କରିଥିଲେ । ସେହିଭଳି ଗ୍ରାମ ରୋଜଗାର ସେବକଙ୍କୁ ମଧ୍ୟ କାର୍ଯ୍ୟରୁ ଭାରମୁକ୍ତ କରିଥିଲେ । ସରପଞ୍ଚ ଯେଉଁ କାରଣରୁ ପିଇଓ ଓ ଜିଆରଏସଙ୍କୁ ଭାରମୁକ୍ତ କରିଥିଲେ ତାହା ଆଇନ ସମ୍ମତ ନଥିବା ବୌଦ୍ଧ ଜିଲ୍ଲାପାଳ ପତ୍ର ମାଧ୍ୟମରେ ସରପଞ୍ଚଙ୍କୁ ଜଣାଇ ଦେଇଥିବା ସୂଚନା ମିଳିଛି । ସରପଞ୍ଚଙ୍କ ଏପରି ଆଦେଶ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ ସଦୃଶ ଓ ବିଶେଷକରି କୋଭିଡ-୧୯ ଦାୟିତ୍ୱ ନିର୍ବାହ ପରିପ୍ରେକ୍ଷୀରେ ଅସାମ୍ବିଧାନିକ ଅଟେ । ଏହା ସରପଞ୍ଚଙ୍କ କ୍ଷମତା ପରିସର ବହିର୍ଭୁକ୍ତ କାର୍ଯ୍ୟ ବୋଲି ବିବେଚନା କରିଛନ୍ତି ଜିଲ୍ଲାପାଳ । ଏଭଳି କ୍ଷମତା ବହିର୍ଭୁକ୍ତ କାର୍ଯ୍ୟର ପ୍ରୟୋଗ କାହିଁକି ସରପଞ୍ଚ କରିଛନ୍ତି ତାହାର ଲିଖିତ କୈଫୟତ ୭ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରପଞ୍ଚ ନିଜ ଆଦେଶକୁ ପ୍ରତ୍ୟାହାର କରିବାପାଇଁ ପତ୍ରରେ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

3 + nineteen =