ଅମିତ ଶାହାଙ୍କ ଭର୍ଚୁଆଲ ରାଲି ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି

0 481

ବୌଦ୍ଧ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵୀତୀୟ ପାଳିର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ ଆଶନ୍ତା ୮ ଜୁନ୍ ଅପରାହ୍ନ ୩.୩୦ ମିନିଟ ସମୟରେ ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ହେବାକୁ ଥିବା ଭର୍ଚୁଆଲ ରାଲି ପାଇଁ ରାଜ୍ୟ ବିଜେପି ଏକ ଲକ୍ ରୁ ଅଧିକଲୋକଙ୍କୁ ଯୋଡିବାର ଲକ୍ଷ୍ୟ ନେଇ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିବାବେଳେ ବୌଦ୍ଧ ଜିଲ୍ଲାର କାର୍ଯ୍ୟ କର୍ତ୍ତା ମାନେ ମଧ୍ୟ ଘନ ଘନ ଫୋନ୍ ଓ ଜୁମ୍ ଆପ୍ଲିକେସନ ମାଧ୍ୟମରେ ଭିଡିଓ କନଫରେନ୍ସ ବୈଠକ କରି ଜୋରଦାର ଉଦ୍ୟମ ଚଳାଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୩୦୦୦ କାର୍ଯ୍ୟକର୍ତ୍ତା ମାନଙ୍କୁ ଫେସବୁକ, ଟୁଇଟର , ୟୁଟ୍ୟୁବ୍ ମାଧ୍ୟମରେ ରାଲିରେ ସାମିଲ କରାଇବା ପାଇଁ ପ୍ରୟାସ ଚଲାଇଛନ୍ତି । ଲକ୍-ଡାଉନ୍ ଆରମ୍ଭ ହେବା ଦିନଠାରୁ ବିଜେପି ତାର ସାଙ୍ଗଠନିକ ବୈଠକ ଜୁମ୍ ଆପ୍ଲିକେସନ ମାଧ୍ୟମରେ ଚଲାଇଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ପ୍ରଭାରୀ ନିୟୋଜିତ କରି ମହାମାରୀ ସମୟରେ କାର୍ଯ୍ୟକର୍ତ୍ତା ମାନଙ୍କୁ ମନୋବଳ ବଢାଇ ଚଳଚଞ୍ଚଳ କରିବାକୁ ଚେଷ୍ଟା ଚଳାଇଛି । କେନ୍ଦ୍ରରେ ବିଜେପି ସରକାର ଗଠନର ଏହି ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ ଆଗାମୀ ଦିନରେ ରାଜ୍ୟ, ଜିଲ୍ଲା ଏବଂ ବିଧାନସଭା ସ୍ତରରେ ମଧ୍ୟ ଜୁମ୍ ଆପ୍ଲିକେସନ ମାଧ୍ୟମରେ ଯୋଡ଼ି ରାଲି କରିବାର ଯୋଜନା ପ୍ରସ୍ତୁତ କରିଛି ଏବଂ ପର୍ଯ୍ୟାୟ କ୍ରମେ ଜୁନ୍ ମାସ ସାରା ଏହି ରାଲି ଚାଲିବ ବୋଲି ସୂଚନା ମିଳିଛି । ଆସନ୍ତା ଆଠ ତାରିଖ ଏହି ବୈଠକ ପାଇଁ ଆଜି ସନ୍ଧ୍ୟା ସମୟରେ ମଧ୍ୟ ଚାରୋଟି ଚାରୋଟି ଲୋକସଭା ଭାଗ କରି ପ୍ରମୁଖ କାର୍ଯ୍ୟ କର୍ତ୍ତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁମ୍ ଆପ୍ଲିକେସନ ମାଧ୍ୟମରେ ନେବାର ଅଛି, ଏଥିରୁ ଅନୁମାନ ପ୍ରାୟ ଯେ ଏହି ବୈଠକ ପାଇଁ ବିଜେପି କେତେ ଗୁରୁତ୍ବ ରଖିଛି । ଏହି ରାଲିରେ ଲୋକଙ୍କୁ ଅଧିକରୁ ଅଧିକ ଯୋଡିବା ପାଇଁ ସାରା ରାଜ୍ୟରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଙ୍କୁ ସିଂହ ଭାଗ ଦାୟିତ୍ଵ ଦେଇଥିବା ବେଳେ ଏଠାରେ ମଧ୍ୟ ଯୁବ ନେତା ଓମ୍ ପ୍ରକାଶ ମିଶ୍ର ଓ ନାରାୟଣ କର୍ମୀ ଙ୍କ ସହ ସମସ୍ତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ନିଜର ଜୋରଦାର ଉଦ୍ୟମ ଚଳାଇଥିବା ସୁଚନା ମିଳିଛି ।

hiranchal ad1
Leave A Reply

Your email address will not be published.

five × three =