ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା, 5 ଗୁରୁତର

0 3,325

ବୌଦ୍ଧ,୨୯/୧ – ଜାତୀୟ ରାଜପଥ ନମ୍ବର 57ର ମନମୁଣ୍ଡା ଥାନା ମସିଣାପଡା ମେହେରୁଣୀ ନାଳ ନିକଟରେ ଡ଼ଲଫିନ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର 3 ଘଣ୍ଟା ସମୟରେ କଟକରୁ ରାୟପୁର ଯାଉଥିବା ଘରୋଇ ବସ୍ ଡଲଫିନ୍ ଓଡ଼ି 05 ଏ. ଏଲ. 7165 ମସିଣା ପଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା l ଫଳରେ 5ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ 35ଜଣ ଯାତ୍ରୀ ଗାଡ଼ିରେ ବସିଥିଲେ ଓ ସେମାନେ ସୁରକ୍ଷିତ ଥିବା ଜଣା ପଡିଛି । ବସ୍ ଟି କଟକରୁ ରାୟପୁର ଯାଉଥିବା ବେଳେ ରାତି ପ୍ରାୟ 3ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

hiranchal ad1
Leave A Reply

Your email address will not be published.

5 × 1 =