ମୋଟର ଚାଳକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

0 366


ବାଲିଗୁଡ଼ା ,୨୯/୧: କନ୍ଧମାଳ ଜିଲ୍ଲା କୋଟଗଡ଼ ମଟର ଚାଳକ ସଙ୍ଘ ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକାଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ନାୟକ ସଭାପତିତ୍ବ କରି ସଙ୍ଘର ନିଷ୍ପତି ଅନୁଯାୟୀ ଏକ ସଙ୍ଘ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଯୋଗାଇଦେବା ପାଇଁ 2018ରେ ଏକ ଦାବିପତ୍ର ତତ୍କାଳୀନ ତହସିଲଦାରଙ୍କୁ ଦିଆଯାଇଥିଲା,ହେଲେ ବର୍ତ୍ତମାନ ସୁଦ୍ଧା ସେନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାଫଳରେ ମୋଟର ଚାଳକମାନେ କ୍ଷୋଭ ପ୍ରକାଶ କରିବା ସହ ଗତକାଲି ପୁନଶ୍ଚ ସ୍ଥାନୀୟ ତହସିଲଦାର ଲକ୍ଷ୍ମୀଧର ସାହୁଙ୍କୁ ଭେଟି ନିଜ ଦାବୀ ଲିଖିତ ଭାବେ ପ୍ରଦାନ କରିଛନ୍ତି ଏବଂ ଏହି ଦାବୀ ପୂରଣ ନହେଲେ ଆଗାମୀ ଦିନରେ କୋଟଗଡ଼ର ମୋଟର ଚାଳକମାନେ କାର୍ଯ୍ୟବନ୍ଦ କରିବାସହ ଧାରଣାରେ ବସିବେ ବୋଲି ସଭାପତି ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

two × three =