କୃଷକଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବି.ଜେ.ପି.

0 603

ବୌଦ୍ଧ,୨୯/୧- – ଖରିଫ ଧାନ ବିକ୍ରୟ ବେଳେ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ବୌଦ୍ଧଜିଲ୍ଲା ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଘେରାଉ କରିଥିଲା । ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ଜାନୁଆରୀ ମାସରୁ ମଣ୍ଡି ବନ୍ଦ ହେବା ଅବସ୍ଥାକୁ ଚାଲିଆସିଛି । ସେଥିପାଇଁ ଜିଲ୍ଲା ବିଜେପି ନେତୃବୃନ୍ଦ ଆଜି ଦୀର୍ଘ ସମୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ପ୍ରଦର୍ଶନ କରିଛି । ମଣ୍ଡିରୁ ସମସ୍ତ ଧାନ ଉଠାଇବା, କଟନୀ ଛଟନୀ ବନ୍ଦ କରିବା, ଜିଲ୍ଲା ଧାନ କ୍ରୟ କମିଟିକୁ କାର୍ଯ୍ୟକ୍ଷମ କରିବା, ମଣ୍ଡି ଗୁଡିକୁ ସୁବ୍ୟବସ୍ଥିତ ଓ ସୁପରିଚାଳନା କରିବା, ମଣ୍ଡିରେ ମିଲର୍ସ ମାନଙ୍କ ଦୌରାତ୍ମ୍ୟ ବନ୍ଦ କରିବା, ବାତିଲ ହୋଇଥିବା ଟୋକନ ଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବା, ରାଜ୍ୟର କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିରେ ସାମିଲ୍‌ କରିବା ଆଦି ଦାବିରେ ଆଜି ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା ।

hiring

ଜିଲ୍ଲା ପ୍ରଭାରୀ ଦାୟିତ୍ୱରେ ଥିବା ବିଜେପି ନେତା କିଶୋର ହୋତା, ବରିଷ୍ଠ ବିଜେପି ନେତା ସୁର୍ଯ୍ୟ ନାରାୟଣ ମହାପାତ୍ର, ସୁଶାନ୍ତ କୁମାର ପ୍ରଧାନ, କହ୍ନେଇ ଚରଣ ଡାଙ୍ଗ, ମାଗୁଣି ଚରଣ ଗାଈଗୌରିଆ, ମନୋରଂଜନ ଦାଶ, ଯୁଗଳ କିଶୋର ସାହୁ, ସୌମିତ୍ରୀ ନାଏକ, ନମିତା ରାଣୀ ଦାଶ, ସଂଯୁକ୍ତା ନାଏକ, ଯୁବ ନେତା ଓମପ୍ରକାଶ ମିଶ୍ର, ନାରାୟଣ କର୍ମୀ, ସୁଶାନ୍ତ କୁମାର୍‌ ବାଘ, ଦାମୋଦର ମିଶ୍ର, ଅରୁପାନନ୍ଦ ଦୀପ, ସୁବାସ ଚନ୍ଦ୍ର ପ୍ରଧାନ, ବିଭିନ୍ନ ମଣ୍ଡଳ ସଭାପତି ଯୀଶୁ ପ୍ରଧାନ, ଗଣେଶ୍ୱର ବେହେରା, ବିନୋଦ ପ୍ରଧାନ, ପିନାକ୍‌ ରଣା, ଅନିଲ କୁମାର୍‌ ପ୍ରଧାନ, ନିରଞ୍ଜନ କର୍ଣ୍ଣ, ପଞ୍ଚମନ ଜଗଦଲା, ନବୀନ ହୋତା ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − one =