ଭୀମ ପାହାଡ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 1,005

ବୌଦ୍ଧ,୨୯/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ମଥୁରା ଗ୍ରାମ ପଞ୍ଚାୟତ କେଳାକଟା ଗ୍ରାମରେ ଚାଲିଥିବା ଭୀମ ପାହାଡ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଉଦଯାପନୀ ମ୍ୟାଚରେ ମେହେର ସ୍ପୋର୍ଟିଂ ଓ ଏମ.ସି.ସି. ଷ୍ଟ୍ରମ୍‌ ମଧ୍ୟରେ ମୁହାମୁହିଁ ହୋଇଥିଲେ ତିନି ଫର୍ମାଟ ବିଶିଷ୍ଟ ମ୍ୟାଚରେ ମେହେର ସ୍ପୋର୍ଟିଂ ଚାମ୍ପିଆନ ହୋଇଥିଲା । ସୁଶାନ୍ତ ପ୍ରଧାନ, ସଂଜୀବ ପ୍ରଧାନ ଓ ସଞ୍ଜିତ୍‌ ବାଘ ମ୍ୟାଚ୍‌ ପରିଚାଳନା କରିଥିଲେ । ଧାରା ବିବରଣୀ ଦେଇଥିଲେ ପ୍ରଦୀପ କହଁର ଓ ବେଦବର ଜାଲ୍‌ । ସ୍କୋରର୍‌ ଭୂମିକା ତୁଲାଇଥିଲେ ଆଦିତ୍ୟ ପ୍ରଧାନ, ଯତୀନ ପ୍ରଧାନ, ମିଲନ ମାଝୀ ଓ ପ୍ରଦୀପ ପ୍ରଧାନ । ଅତିଥି ଭାବେ ଯୋଗ ଦେଇଥିଲେ ନାଏବ ସରପଞ୍ଚ ନିର୍ଗୁଣ ମହାକୁଡ଼ ଓ ମୃତ୍ୟୁଞ୍ଜୟ ମିଶ୍ର । ଟୁର୍ଣ୍ଣାମେଣ୍ଟର ଆୟୋଜକ ଭୀମ ପାହାଡ କ୍ରିକେଟ୍‌ କ୍ଲବ୍‌ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

6 + 17 =