ଯୁବ କଳାକାର ନରସିଂହ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ

0 144

ପାରଳାଖେମୁଣ୍ଡି,୨୯/୧- କଟକ ମହୋତ୍ସବ ଅଲ୍‌ ଇଣ୍ଡିଆ ଡ୍ୟାନ୍ସ , ମ୍ୟୁଜିକ ଆଣ୍ଡ ରିସାଇଟେସନ୍‌ ଫେଷ୍ଟିଭାଲରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ଯୁବ କଳାକାର ନରସିଂହ ପ୍ରସାଦ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ ମିଳିଛି । କରୋନା କଟକଣା ଯୋଗୁଁ ଏହି ପ୍ରତିଯୋଗିତା ଅନ୍‌ଲାଇନ୍‌ ମାଧ୍ୟମରେ ହୋଇଥିଲା । ଗଜପତି ଜିଲ୍ଲାର ଏହି ଯୁବ କଳାକାର ତବଲା ବାଦନରେ ଅଂଶଗ୍ରହଣ କରିଥିଲେ । ଉତ୍କଳ ଯୁବ ସାଂସ୍କୃତିକ ସଂଘ ପକ୍ଷରୁ ଡାକଯୋଗେ ଏହି ସମ୍ମାନ ତାଙ୍କ ପାଖକୁ ପଠାଇଥିଲେ । ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଳାସାରଥି ଗୁରୁ ରଘୁନାଥ ପାତ୍ର , ଗୁରୁ ବିଜୟ ଚନ୍ଦ୍ର ପ୍ରଧାନ ନରସିଂହ ପ୍ରସାଦ ଚରତିଙ୍କୁ ଏହି ପ୍ରମାଣପତ୍ର , ସ୍ମାରକୀ ଓ ଉତ୍ତରୀୟ ପ୍ରଦାନ କରିଥିଲେ । ଏହି ସମ୍ମାନ ପାଇବାପରେ ବାପା , ମାଆ , ଶିଳାଦିତ୍ୟ ରଥ , ଗୁରୁନାନୀ ଏବଂ ଲିଜାଙ୍କୁ ଧନ୍ୟବାଦ ଦେଇଛନ୍ତି ନରସିଂହ ।

hiranchal ad1
Leave A Reply

Your email address will not be published.

three − two =