ବୌଦ୍ଧ ପାଇଁ ଗୌରବ ଆଣିଲା ବିଡିପିଏଲ୍‌

0 1,105

ବୌଦ୍ଧ,୨୯/୧- ସରକାରଙ୍କ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ବୌଦ୍ଧଜିଲ୍ଲାର ଶିଳ୍ପାୟନ ଚେହେରା ବୌଦ୍ଧ ଡେଷ୍ଟିଲାରୀ ଆଜି ନିଜ କାରଖାନା ପରିସରରେ ନୂତନ ଭାବେ ସ୍ଥାପିତ ଦିନପ୍ରତି ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ଶସ୍ୟଭିତିକ ଏଥାନଲ୍‌ ପ୍ଲାଣ୍ଟରୁ (ଆଇଓସିଏଲ୍‌) ଝାରସୁଗୁଡାକୁ ଏହାର ପ୍ରଥମ ବ୍ୟାଚ୍‌ ଇଥାନଲ୍‌ ପଠାଇଛି । ପେଟ୍ରୋଲରେ ମିଶ୍ରଣ ପାଇଁ (ଆଇଓସିଏଲ୍‌)କୁ ଇଥାନଲ୍‌ ଯୋଗାଇ କମ୍ପାନୀ ଉଭୟ ପରିବେଶ ଓ ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପକାଉଥିବା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାରେ ରାଜ୍ୟରେ ପ୍ରଥମ । କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରେମ୍‌ କୁମାର କନୋଜିଆ, ୟୁନିଟ୍‌ ହେଡ୍‌ ସଂଜୟ ରାଠି ଓ କ୍ୱାଲିଟି ଅଧିକାରୀ ଶରତ ସିଏସ୍‌ଙ୍କ ଉପସ୍ଥିତିରେ ପତାକା ପ୍ରଦର୍ଶନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମ ସପ୍ଲାଇରେ କମ୍ପାନୀ ଆଜି ପେଟ୍ରୋଲରେ ମିଶ୍ରଣ ପାଇଁ ୨୫ ହଜାର ଲିଟର ଏଥାନଲ୍‌ ଆଇଓସିଏଲ୍‌କୁ ପଠାଇଛି । ପ୍ରାରମ୍ଭିକ ସ୍ତରରେ କମ୍ପାନୀର କାର୍ଯ୍ୟକ୍ଷମ ଥିବା ୟୁନିଟର ଉତ୍ପାଦନ କ୍ଷମତା ଦିନପ୍ରତି ୧୫ ହଜାର ଲିଟର ଥିବାବେଳେ ଆଗକୁ ଏହି ଉତ୍ପାଦନ କ୍ଷମତାକୁ ଦିନପ୍ରତି ୪୦ ହଜାର ରୁ ୬୦ ହଜାର ଲିଟରରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ବୌଦ୍ଧ ଡେଷ୍ଟିଲାରୀ ସିଓଓ ପ୍ରେମ୍‌କୁମାର କନୋଜିଆ କହିଥିଲେ, “ଏହା ଏକ ମହତ ଉଦ୍ଦେଶ୍ୟ ନେଇ କରାଯାଇଛି । ସରକାରଙ୍କ ଏହି ବିପ୍ଳବାତ୍ମକ ପଦକ୍ଷେପର ଅଂଶ ହୋଇ ଆମେ ଗର୍ବିତ । ଏହା କେବଳ ଯେ କାର୍ବନ ବିକିରଣକୁ କମ୍‌ କରିବାରେ ଫଳପ୍ରଦ ହେବ ତାହା ନୁହେଁ ବରଂ ପେଟ୍ରୋଲ ଆମଦାନୀ ଖର୍ଚ୍ଚ କମ୍‌ କରି ଅର୍ଥନୀତି ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ ।” ସୂଚନାଯୋଗ୍ୟ ୨୦୨୨ ସୁଧା ସରକାର ୧୦ ପ୍ରତିଶତ ଇଥାନଲ୍‌ ଅର୍ଥାତ ୪୦୦ କୋଟି ଲିଟର ମିଶ୍ରଣ ଲକ୍ଷ ଧାର୍ଯ୍ୟ କରିଥିବାବେଳେ ୨୦୨୫ ସୁଧା ୨୦ ପ୍ରତିଶତ ଲକ୍ଷଧାର୍ଯ୍ୟ କରିଛନ୍ତି । ପ୍ରଥମ ସୋପାନରେ ଆମର ଇଥାନଲ୍‌ ଉତ୍ପାଦନ କ୍ଷମତା ଦିନପ୍ରତି ୧୫ ହଜାର ଲିଟର ଥିବାବେଳେ ନିକଟ ଭବିଷ୍ୟତରେ ଏହି କ୍ଷମତାକୁ ୪୦ ରୁ ୬୦ ହଜାର ଲିଟରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି । ଏହି ଇଥାନଲ୍‌ ପ୍ଲାଣ୍ଟ ବ୍ୟତୀତ ଏହି ଡେଷ୍ଟିଲାରି ପରିସରରେ ପୂର୍ବରୁ ଏବଂ ଦିନପ୍ରତି ୬୦ହଜାର ଲିଟର ନିୟୁଟ୍ରାଲ୍‌ ଆଲ୍‌କୋହଲ୍‌ ୟୁନିଟ ଓ ୨.୫ ମେଗାୱାଟ ପାୱାର ପ୍ଲାଣ୍ଟ ୨୦୧୮ରୁ କାର୍ଯ୍ୟକ୍ଷମ ଅଛନ୍ତି । ପରିବେଶ ଉପରେ କିଭଳି କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି ।

hiranchal ad1
Leave A Reply

Your email address will not be published.

fourteen − five =