ବୌଦ୍ଧର ପ୍ରବାସୀ ଶ୍ରମିକ ବାଙ୍ଗାଲୋରରେ ନିଖୋଜ !

0 1,369

ବୌଦ୍ଧ : ସାଙ୍ଗମାନଙ୍କ ସହ ସୁଦୂର କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋରକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବୌଦ୍ଧର ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି । ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଯୁବରାଜପୁର ଗ୍ରାମର ଲବ ନାଏକ ଗ୍ରାମର ଅନ୍ୟ ୨ଜଣ ପିଲାଙ୍କ ସହ କାମକରିବାପାଇଁ କର୍ଣ୍ଣାଟକ ଯାଇଥିଲେ । ଲକଡାଉନରେ ପ୍ରାୟ ଦୁଇମାସ ସେଠାରେ ଫସି ରହିଥିବାବେଳେ ବର୍ତ୍ତମାନ ଟ୍ରେନ ଚଳାଚଳ ହେବାରୁ ଓଡିଶା ଫେରିବାପାଇଁ ସାଙ୍ଗମାନଙ୍କ ସହ ଗତକାଲି ବାଙ୍ଗାଲୋର ରେଳଷ୍ଟେସନକୁ ଆସିଥିଲେ । ସେମାନେ ରେଳଷ୍ଟେସନ ନିକଟ ବସନ୍ତନଗର ଅଞ୍ଚଳରେ ବିଶ୍ରାମ ନେଇଥିଲେ । ଏହି ସମୟରେ ଲବ କୁଆଡେ ନିଖୋଜ ହୋଇଯାଇଥିବା ପରେ ତାଙ୍କ ସାଙ୍ଗମାନେ ଖୋଜାଖୋଜି କରି ଆଉ ପାଇନଥିଲେ । ଓଡିଶା ଅଭିମୁଖେ ରେଳ ଆସିବାପରେ ଯୁବରାଜପୁର ଗ୍ରାମର ଅନ୍ୟ ଦୁଇସାଙ୍ଗ ଓଡିଶା ଫେରିଆସୁଥିବା ବେଳେ ଲବର କୌଣସି ସନ୍ଧାନ ମିଳିନଥିବା ସେମାନେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

13 − 12 =