ଟ୍ୟାଙ୍କରରେ ପାଣି ଯୋଗାଇଲେ ସରପଞ୍ଚ, ପ୍ରଶଂସା କଲେ ଗ୍ରାମବାସୀ

0 149

କଣ୍ଟାବାଞ୍ଜି : ସରପଞ୍ଚଙ୍କୁ ସରକାର ଜିଲ୍ଲାପାଳ କ୍ଷମତା ଦେବାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଓ ଫଳାଫଳ ଆଲୋଚନା ଶୁଣାଯାଏ I ବୁରୋମାଲ ସରପଞ୍ଚ ଟେଙ୍କର ଯୋଗେ ଲୋକଙ୍କୁ ପାଣି ଯୋଗାଣ କରି ଗୋଟେ ମିଶାଲ ପ୍ରସ୍ତୁତ କରିଛନ୍ତି I ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ବଢିବାକୁ ଲାଗିଛି I ଶୁଖାଞ୍ଚଳ ପରିଚୟ ପାଇଥିବା ତୁରେକେଲା ବ୍ଳକ ଅଂଚଳରେ ଭୂତଳ ଜଳସ୍ତର କମି କମି ଯାଉଛି I ବିଭିନ୍ନ ସ୍ଥାନରେ କୂଅ ପୋଖରୀ ଏପରିକି ନଳକୂପ ଶୁଖି ଯାଉଛି I ସବୁ ବର୍ଷ ପରି ଖରାଦିନେ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ସମସ୍ତ ପ୍ରଶାସନ କରୋନା ଲଢେଇରେ ବ୍ୟସ୍ତ, ଦାଦନ ପ୍ରବଣ ଅଂଚଳ ପ୍ରବାସୀଙ୍କୁ ଫେରାଇ ଆଣିବା, ସଙ୍ଗରୋଧ କେନ୍ଦ୍ରରେ ରଖିବା ସତ୍ବେ ସରପଞ୍ଚ ଶ୍ରୀମତୀ ଯମୁନା କୁଅଁର ଲୋକଙ୍କ ପାଇଁ ଟେଙ୍କର ଯୋଗେ ଗାଁକୁ ପାଣି ପହଞ୍ଚିବା ବ୍ୟବସ୍ଥା କରିଛନ୍ତି I ସରପଞ୍ଚଙ୍କ ପଦକ୍ଷେପକୁ କୁକୁଡାବନ୍ଧ ଗ୍ରାମବାସୀ ସହ ଅନ୍ୟମାନେ ସରପଞ୍ଚଙ୍କ କାର୍ଯ୍ୟା ପ୍ରଶଂସନୀୟ ବୋଲି ମତ ରଖିଛନ୍ତି,

hiranchal ad1
Leave A Reply

Your email address will not be published.

thirteen − three =