ଗଞ୍ଜେଇ ଚୋରା ଚାଲାଣ ବେଳେ ଦାରିଙ୍ଗବାଡ଼ି ପୁଲିସର ଚଢ଼ାଉ ୨ଗିରଫ,୪୮କେଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ

0 74


ଦାରିଙ୍ଗବାଡି,୨୬/୧୦:ଗଞ୍ଜେଇ ଚୋରାଚାଲାଣ ପାଇଁ ଦୁଇ ଜଣ ସଜବାଜ ହେଉଥିବା ବେଳେ ଦାରିଙ୍ଗବାଡ଼ି ପୁଲିସ ତରଫରୁ ଚଢ଼ାଉ କରାଯାଇ ଚୋରା ଚାଲାଣ କରିବାକୁ ଥିବା ଗଞ୍ଜେଇ ସହିତ ଚାଲାଣ ରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି l ଗିରଫ ଦୁଇ ଜଣ ବ୍ୟକ୍ତି ହେଲେ ଜଗତସିଂହପୁର , ଜିଲ୍ଲା ଆଳିପିଙ୍ଗଲ ଗ୍ରାମର ଉଲ୍ଲାସ ଚନ୍ଦ୍ର ମଲ୍ଲିକ ଏବଂ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଗୁଞ୍ଜିବାଡି ଗ୍ରାମର ମିଥୁନ ଦିଗାଲ ।ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ସାଢ଼େ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୁଲିସର ସୂଚନା ଅନୁସାରେ ଥିବା ଦାରିଙ୍ଗବାଡ଼ି ଥାନା କିରିକୁଟୀ ପଞ୍ଚାୟତର ଆଦିବାସୀ ଗ୍ରାମ ର ୫୯ନମ୍ବର ଜାତୀୟ ରାଜପଥ ନିକଟରେ ଦୁଇଜଣ ଗଞ୍ଜେଇ ଚାଲାଣକାରୀ ରାସ୍ତା କଡ଼ରେ ଗଞ୍ଜେଇ ରଖି ଗାଡ଼ି ଅପେକ୍ଷାରେ ଥିଲେ ।ତେବେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଥାନା ଅଧିକାରୀ ସୂଚନା ପାଇବା ପରେ ଥାନା ଅଧିକାରୀ କୌଶିକ ମାଝୀ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଗଞ୍ଜେଇ ସହିତ ଦୁଇଜଣ ଚାଲାଣକାରୀକୁ ଗିରଫ କରିଥିବା ବେଳେ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ଦାରିଙ୍ଗବାଡି ଥାନାରେ କେସ ନମ୍ବର ୧୨୮/୨୦ରେ ମାମଲା ରୁଜୁ କରାଯାଇଛି l

hiranchal ad1
Leave A Reply

Your email address will not be published.

4 × two =