ନିଟ୍ ପରୀକ୍ଷାରେ ସଫଳତା ହାସିଲ କଲେ କଂଟାବାଞ୍ଜିର ସାହିଲ ଅଗ୍ରୱାଲ

0 93

କଂଟାବାଞ୍ଜି- ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା(ନିଟ୍) ରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ସାହିଲ ଅଗ୍ରୱାଲ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୭୨୦ ମାର୍କ ରୁ ୬୬୬ ମାର୍କ ରଖି ସେ ଜିଲ୍ଲା ତଥା ସହର ପାଇଁ ଗୌରବ ଆଣିଛନ୍ତି। ସାହିଲ ଓ ତାଙ୍କର ପରିବାର ଲୋକେ ପୂର୍ବରୁ ବରଗଡ଼ ସହରରେ ରହୁଥିଲେ ପରେ ମା ଓ ବାପା କଣ୍ଟାବାଞ୍ଜି ସହରର ଗୋଟିଏ ବେସରକାରୀ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇ ଏଠି ରହିଆସୁଛନ୍ତି । ସୁନୀଲ ଅଗ୍ରୱାଲ , ବବିତା ଅଗ୍ରୱାଲଙ୍କ ବଡପୁଅ ଅଟନ୍ତି ସାହିଲ । ଛତିଶଗଡ଼ ରାଜ୍ୟ ର ଯଶପୁର ସହରର ଜବାହର ନବୋଦୟ
ସ୍କୁଲରେ ଦଶମ ଶ୍ରେଣୀ ପାଠ ପଢି ସ୍କୁଲ ସହ ଜିଲ୍ଲା ରେ ଟୋପ୍ପର ହୋଇଥିବା ବେଳେ +୨ ଶିକ୍ଷା ପାଇଁ ରେ ମହାରାଷ୍ଟ୍ରର ଗୋଣ୍ଡିଆ ସହରର ଦିଲ୍ଲୀ ପବ୍ଲିକ ସ୍କୁଲରେ ପାଠ ପଢି ଟପ୍ପର ହୋଇଥିଲେ ସାହିଲ । ତାଙ୍କର ସଫଳତାକୁ ଦେଖି ପରିବାର ସହ ସହରର ଲୋକେ ବେଶ ଉତ୍ସାହିତ । ବାପା ସୁନୀଲ ଓ ମାଙ୍କ ପାଠପଢ଼ାରେ ପ୍ରମୁଖ ଅବଦାନ ରହିଛି ବୋଲି ସାହିଲ କହିଛନ୍ତି । ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ପରିବାରର ଆର୍ଥିକ ଅବସ୍ଥା ଭଲନଥିବାରୁ ସାହିଲକୁ ଆଗକୁ ପାଠ ପଢିବା ପାଇଁ ଚିନ୍ତା ସାଜି ଥିବା ବେଳେ ସାହିଲ ସରକାରଙ୍କ ତରଫରୁ ସହଯୋଗର ଆଶା ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

five − two =