ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା

0 208

ନୂଆଦିଲ୍ଲୀ : ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ତିନି ଫର୍ମାଟ ପାଇଁ ଦଳ ଘୋଷଣା କରାଯାଇଛି । ପ୍ରତ୍ୟେକ ଦଳରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଦିନିକିଆ ଓ ଟି-୨୦ ଦଳ ପାଇଁ କେଏଲ୍ ରାହୁଲଙ୍କ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଟେଷ୍ଟ ଦଳ ପାଇଁ ଆଜିଙ୍କ୍ୟ ରାହାଣେ ପୂର୍ବପରି ଉପ ଅଧିନାୟକ ରହିଛନ୍ତି । ସବୁଠାରୁ ବଡ କଥା ହେଲା ଷ୍ଟାର ଓପନର ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆଯାଇଛି । ଆଇପିଏଲ ସମୟରେ ସେ ଆହାତ ହୋଇଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କ ଫିଟନେସ୍ ଉପରେ ବିସିସାଇ ତୀକ୍ଷ୍ନ ନଜର ରଖିଛି । ଆଇପିଏଲ ଭଲ ପ୍ରଦର୍ଶନ କରାଣରୁ ଶୁଭମାନ ଗିଲଙ୍କୁ ଦିନିକିଆ ଓ ଟେଷ୍ଟ ଦଳରେ ସ୍ଥାନ ମିଳିଛି । ସେହିପରି ଟେଷ୍ଟ ଦଳକୁ କେଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ରିଷିଭ ପନ୍ତଙ୍କୁ କେବଳ ଟେଷ୍ଟ ଦଳରେ ସ୍ଥାନ ମିଳିଛି । ନୂଆ ମୁହଁ ଭାବରେ ବରଣ ଚକ୍ରବର୍ତ୍ତୀଙ୍କୁ ଟି-୨୦ ଦଳରେ ସାମିଲ କରାଯାଇଛି ।
ଘୋଷିତ ଦଳ ଟି-୨୦ : ବିରାଟ କୋହଲି(ଅଧିନାୟକ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ(ଉପ ଅଧିନାୟକ, ଉଇକେଟ କିପର), ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଂଜୁ ସାମସନ(ଉଇକେଟ କିପର), ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରାହ, ମହମ୍ମଦ ସାମି, ନବୀନଦୀପ ସୈନୀ, ଦୀପକ ଚାହର ଓ ବରଣ ଚକ୍ରବର୍ତ୍ତୀ
ଦିନିକିଆ ଦଳ-ବିରାଟ କହୋଲି(ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, କେଏଲ ରାହୁଲ(ଉପ ଅଧିନାୟକ, ଉଇକେଟ କିପର), ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ସାମି, ନବଦୀପ ସୈନୀ ଓ ଶାର୍ଦ୍ଦୁଲ ଠାକୁର
ଟେଷ୍ଟ ଦଳ- ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ସୋ, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ହନୁମା ବିହାରୀ, ଶୁଭମନ ଗିର, ରିଦ୍ଧିମାନ ସାହୁ (ଉଇକେଟ କିପର), ରିଷଭ ପନ୍ତ (ଉଇକେଟ କିପର), ଜସପ୍ରୀତ ବୁମରାହ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନୀ ଓ ମହମ୍ମଦ ସିରାଜ ।
ସେହିପରି ଭାରତୀୟ ଦଳରେ ଆଉ ୪ ଭାରତୀୟ ବୋଲର ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ସେମାନେ କମଲେଶ ନାଗରକୋଟି, କାର୍ତ୍ତିକ ତ୍ୟାଗୀ, ଇଶାନ ପୋରେଲ ଓ ଟି ନଟରାଜନ । ଏମାନେ ନେଟ୍ ବୋଲିଂ କରିବେ ।

hiranchal ad1
Leave A Reply

Your email address will not be published.

eighteen − thirteen =