ବିଦେଶୀ ମଦ ଦୋକାନ ନଖୋଲିବା ପାଇଁ ନିଷ୍ପତ୍ତି

0 87

ଭୁବନେଶ୍ୱର : ରାଜ୍ୟରେ ଅନଲାଇନ ମଦ ଡେଲିଭରୀକୁ ସରକାରୀ ସ୍ୱୀକୃତି ମିଳିଥିଲେ ମଧ୍ୟ କଟକ ଜିଲ୍ଲାରେ କିନ୍ତୁ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କଟକରେ କେବଳ ଅନଲାଇନ ମାଧ୍ୟମରେ ମଦ ବିକ୍ରିକୁ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ବିରୋଧ କରିଛି । ଏଥିସହ ଜିଲ୍ଲାରେ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି କରାଯାଇଛି । ଏ ନେଇ ସଂଘର ସଂପାଦକ ବିରଞ୍ଚି ନାରାୟଣ ସାହୁ ସୂଚନା ଦେଇଛନ୍ତି । ଶ୍ରୀ ସାହୁ କହିଛନ୍ତି ଅନଲାଇନ ମଦ ବିକ୍ରୀକୁ ଆମେ ବିରୋଧ କରୁନୁ ମାତ୍ର ଅଫଲାଇନ ମଦବିକ୍ରୀକୁ ଅନୁମତି ମିଳିଲେ ଟାର୍ଗେଟ୍ ପୂରଣ କରିହେବ । ଏଣୁ ଅଫଲାଇନ ମଦବିକ୍ରୀକୁ ଅନୁମତି ନ ମିଳିଲେ କଟକ ଜିଲ୍ଲାରେ ମଦ ବିକ୍ରୀ ହେବ ନାହିଁ । ପ୍ରକାଶଥାଉକି କଟକ ଜିଲ୍ଲାର ସଂଘର ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ସମାନ କଥା ଉଠୁଛି ।

hiranchal ad1
Leave A Reply

Your email address will not be published.

fourteen − fourteen =