ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ପହଣ୍ଡି କରିବେ ୧୫୦ ସେବାୟତ

0 60

ଭୁବନେଶ୍ୱର : ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ଜଣ ସେବାୟତ ପହଣ୍ଡି କରିବେ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ରବିବାର ଦଇତାପତି ପ୍ରତିନିଧି ବିନାୟକ ଦାସ ମହାପାତ୍ର ଆମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦଇତାପତି ଏକ ଗୋଷ୍ଠୀଗତ ସେବା । ଏଥିରେ ସର୍ବନିମ୍ନର ସ୍ଥାନ ନାହିଁ । ମହାପ୍ରଭୁଙ୍କ ପହଣ୍ଡିରେ ୧୫୦ଜଣ ସେବାୟତ ରହିବେ । ଜଗନ୍ନାଥଙ୍କ ବାଡରେ ୫୦, ବଳଭଦ୍ରଙ୍କ ବାଡରେ ୫୦, ଦେବୀ ସୁଭଦ୍ରାଙ୍କ ବାଡରେ ୩୦ ଓ ସୁଦର୍ଶନବାଡରେ ୨୦ଜଣ ପହଣ୍ଡି କରିବେ । ଏହି ସମସ୍ତେ କୋଭିଡ ୧୯ ଗାଇଡ ପାଳନ କରିବେ । ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

hiranchal ad1
Leave A Reply

Your email address will not be published.

fifteen + 20 =