ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବସ୍ ଯାତ୍ରୀ

0 1,436

ବୌଦ୍ଧ,୩୧/୧ – ଆଜି ଅପରାନ୍ହ ସମୟରେ ପୁରୁଣା ଜଗନ୍ନାଥ ସଡକ ରାସ୍ତାରେ ଯାଉଥିବା ଏକ ଘରୋଇ ଯାତ୍ରୀବlହି ବସ୍ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଯାତ୍ରୀବlହି ବସଟି ହରଭଙ୍ଗା ଯାଉଥିବା ବେଳେ ଅପରାନ୍ହରେ ଧଳପୁର ନିକଟ ଗୋଟିଏ ପୋଲ ତଳକୁ ଭାରସାମ୍ୟ ହରାଇ ଖସି ପଡୁଥିବା ବେଳେ ପୋଲ ବାଡାରେ ଅଟକି ଯାଇଥିଲା l ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଚାଳକର ଅସାବଧାନତା ଓ ବେପରୁଆ ଚାଳନା ଯୋଗୁଁ ଏଭଳି ହୋଇଥିଲା | ଯାତ୍ରୀ ମାନେ ବସ୍ ରୁ ଓଲ୍ହାଇ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଟୋ ଭଡ଼ା କରି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିବା ସୁଚନା ମିଳିଛି l

hiranchal ad1
Leave A Reply

Your email address will not be published.

five × two =