ବୌଦ୍ଧ ଜିଲ୍ଲା ଗୃହରକ୍ଷୀ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

0 2,942

hiring

ବୌଦ୍ଧ,୩୧/୧- ଆଜି ବୌଦ୍ଧ ସହରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଜିଲ୍ଲାରେ କାର୍ଯ୍ୟରତ ବୌଦ୍ଧ ଜିଲ୍ଲା ଗୃହରକ୍ଷୀ ମାନଙ୍କର ଏକ ବୈଠକ ବସି ସଂଘର କର୍ମକର୍ତ୍ତା ମନୋନୟନ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଅନ୍ତର୍ଯାମୀ ନାଏକ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ସ୍ମିତୀ ରଞ୍ଜନ ପାଢୀ ଓ କଳ୍ପନା ଭୋଇ ମନୋନୀତ ହୋଇଛନ୍ତି | ସମ୍ପାଦକ ଭାବେ ବିମଲେନ୍ଦୁ ଶତପଥି ଓ ସହ ସମ୍ପାଦକ ଭାବେ ସନ୍ତୋଷ ନାଏକ ଓ ଓମକାର୍ ମହାକୁଳ ମନୋନୀତ ହୋଇଛନ୍ତି | ବାବୁଲି ହାତୀ କୋଷାଧକ୍ଷ ଓ ପଦ୍ମାଳୟା ମିଶ୍ରଙ୍କୁ ସହ କୋଷାଧକ୍ଷ ରଖା ଯାଇଛି | କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ସଞ୍ଜୟ କୁମାର ମହାରଣା, କୃପାସିନ୍ଧୁ ବାରିକ, ଧବଳେଶ୍ୱର ସେଠୀ, ଜୟ ଶ୍ରୀ ମlହାର, ଶୀତଳା ଭୋଇ, ମାନୁ ନାଏକ, ସଞ୍ଜୟ ବେହେରା, ମଜନୁ ଖପର ଧୁଆ ଓ ଶିବାଶିଷ ମହାପାତ୍ରଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

eighteen + 11 =