ବୌଦ୍ଧରେ ପଲ୍‌ସ ପୋଲିଓ ଟୀକାକରଣ ଆରମ୍ଭ

0 727

ବୌଦ୍ଧ,୩୧/୧- ଜାତୀୟ ପଲ୍‌ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ବୌଦ୍ଧଜିଲ୍ଲାରେ ଆଜି ଆରମ୍ଭ ହୋଇଯାଇଛି । ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୋବତ୍ତର କେନ୍ଦ୍ର ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲାରେ ଜନ୍ମରୁ ୫ବର୍ଷ ବୟସ ମଧ୍ୟରେ ଥିବା ୩୯,୧୪୨ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବାର ବ୍ୟବସ୍ଥା କରାଯାଇଛି । ଏଥିନିମନ୍ତେ ସାରା ଜିଲ୍ଲାରେ ୨୧୨ଟି ପୋଲିଓ ବୁଥ୍‌ କରାଯାଇଥିବାବେଳେ ୪୨୪ଟି ଟିମରେ ୮୪୮ ଜଣ ଟୀକାଦାନ କର୍ମୀ ନିୟୋଜିତ ହୋଇଛନ୍ତି । ଏହାଛଡା ୯ଗୋଟି ମୋବାଇଲ ଓ ୨୦ ଗୋଟି ଟ୍ରାଞ୍ଜିଟ ଟିମ ଜିଲ୍ଲାର ଦୁର୍ଗମ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ଗୁଡିକରେ ମୁତୟନ କରାଯାଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ବୁଥରେ ସାନିଟାଇଜର ଓ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରଖି ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ କରାଯାଇଛି । ଚଳିତବର୍ଷ ଗୋଟିଏମାତ୍ର ପର୍ଯ୍ୟାୟରେ ହେଉଥିବା ପଲସ ପୋଲିଓ କାର୍ଯ୍ୟକ୍ରମକୁ ଶତପ୍ରତିଶତ ସଫଳ କରାଇବାପାଇଁ ସବୁସ୍ତରରେ ବ୍ୟାପକ ଉଦ୍ୟମ କରାଯାଉଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଞ୍ଜକିିଶୋର ଦେଓ ହେମ୍ବ୍ରମ, ଡିପିଏମ ରୂପକ ମହାପାତ୍ର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଏଡିପିଏଚସିଓ ରବିନ୍ଦ୍ର କୁମାର ପ୍ରଧାନ, ଡିଡିଏମ ଅଶୋକ କୁମାର ମିଶ୍ର, ସତ୍ୟନାରାୟଣ ମେହେର, ଆଶା ପରିଚାଳକ ପ୍ରଫୁଲ୍ଲ କୁମାର ସାହୁ, ହସପିଟାଲ ମ୍ୟାନେଜର ବିନାୟକ ପାଣିଗ୍ରାହୀ, ଡିଭିଏଲଏମ ଦୋଳଗୋବିନ୍ଦ ପ୍ରଧାନ, ଅମ୍ରିତା ପଟ୍ଟନାୟକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯେଉଁମାନେ ଆଜି କୌଣସି କାରଣରୁ ଟୀକା ନେଇପାରିନଥିବେ ଆସନ୍ତା ଫେବୃଆରୀ ୧ ଓ ୨ ତାରିଖ ଟୀକାଦାନ କର୍ମୀମାନେ ଘରକୁ ଘର ବୁଲି ବାକି ରହିଥିବା ପିଲାମାନଙ୍କୁ ଚିହ୍ନଟକରି ପୋଲିଓ ବୁନ୍ଦା ଖୁଆଇବାର କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

16 − 7 =