ପୁଣି ଆଉ ୪ ପଜିଟିଭ୍ ଚିହ୍ନଟ

0 136

ଭୁବନେଶ୍ୱର,: ଗୁରୁବାର ରାଜ୍ୟରେ ପୁଣି ଆଉ ଚାରୋଟି ନୂଆ ପଜିଟିଭ୍ ସାମ୍ନାକୁ ଆସିଛି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ନୂଆ ଚାରୋଟି ପଜିଟିଭ୍ ଯାଜପୁର ଜିଲ୍ଳାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟରେ ସୂଚନା ଦିଆଯାଇଛି । ଫଳରେ ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୮୭ରେ ପହଞ୍ଚିଥିବା ବେଳେ ଯାଜପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ଧରି ରାଜ୍ୟର ରାଜଧାନୀ ଭୁବନେଶ୍ୱର ସଂକ୍ରମଣ ପ୍ରବଣ ପାଇଁ ହଟସ୍ପଟ୍ ଅଞ୍ଚଳ ଭାବେ ପରିଗଣିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଏହାର ସଂକ୍ରମଣ ଧିମା ହୋଇଛି । କିନ୍ତୁ ଉତ୍ତରଓଡ଼ିଶା ଭଦ୍ରକ, ବାଲେଶ୍ୱର, ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅଧିକାଂଶ ଆକ୍ରାନ୍ତ ପଶ୍ଚିମବଙ୍ଗ କଲିକତା ଲିଙ୍କ୍ ବୋଲି ଜଣାପଡ଼ିଛି । ଲକ୍‌ଡାଉନ୍ ରାଜ୍ୟରେ ଜାରି ରହିଥିଲେ ମଧ୍ୟ ଶତାଧିକ ଲୋକ ଗଳାବାଟ ଦେଇ ବିଲ ଭିତରେ ଓଡ଼ିଶା ସୀମା ଭିତରେ ପ୍ରବେଶ କରୁଛନ୍ତି । ଯାହା ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ଅଗୋଚରରେ ହେଉଥିବା କୁହାଯାଉଛି । ଏଣୁ ଗତ ସପ୍ତାହେ ଧରି ଏହି ତିନି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଣୁ ରାଜ୍ୟ ସରକାର ବଡ଼ ଚିନ୍ତାରେ ପଡ଼ିଯାଇଥିବା ବେଳେ ପଶ୍ଚିମବଙ୍ଗରୁ ଓଡ଼ିଶା ଭିତରକୁ ଆଉ ଯେପରି ସହଜରେ କେହି ପ୍ରବେଶ କରିପାରିବେ ନାହିଁ ଏଥିପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ଉଦ୍ୟମ ହୋଇଛି । ତିନି ସଚିବ ସମ୍ପୃକ୍ତ ତିନି ଜିଲ୍ଲାକୁ ଗସ୍ତ କରି ଏହା ଉପରେ ଅଧିକ ଧ୍ୟାନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

six + 1 =