ଚଳିତ ମାସ ଶେଷ ସୁଦ୍ଧା ଦିନକୁ ୩ ହଜାର ନମୁନା ଟେଷ୍ଟ

0 97

ଭୁବନେଶ୍ୱର: ରାପିଡ୍ ଟେଷ୍ଟ କିଟ୍‌ରେ ତୃଟି ଦେଖାଯିବା ପରେ ତାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଥିଲେ ମଧ୍ୟ ତୃଟି ସୁଧାରି ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ଦିନକୁ ତିନି ହଜାର ନମୁନା ଟେଷ୍ଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ମୁକାବିଲା ପାଇଁ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଚାରୋଟି ମେଡ଼ିକାଲ୍ କଲେଜରେ ଟେଷ୍ଟିଂ ଲ୍ୟାବ୍ କରାଯିବ । ବଲାଙ୍ଗୀର, ବାଲେଶ୍ୱର, ବାରିପଦା, କୋରାପୁଟ କଲେଜରେ ଟେଷ୍ଟ କରାଯିବ । ଆଇଏଲ୍‌ଏସ୍‌ରେ ଦିନକୁ ୪୫୦ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ପ୍ରମୁଖ ମନ୍ତ୍ରୀମାନେ ଆଲୋଚନାରେ ଭାଗ ନେଇ କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସହିତ ସମନ୍ୱୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

hiranchal ad1
Leave A Reply

Your email address will not be published.

2 × one =