ଗଛ ଉପରେ କ୍ୱାରେଣ୍ଟାଇନରେ ରହିଲେ ଯୁବକ, ମେଡିକାଲ ଟିମ୍ ପ୍ରତିଦିନ ଆସି ଚେକଅପ୍ କରୁଛନ୍ତି

0 237

କରୋନା ଭାଇରସକୁ ନେଇ ଏବେ ସହରଠାରୁ ଗାଁ ସବୁଠି ଭୟର ବାତାବାରଣ । ଏହି ସମୟରେ ଏବେ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ରାଜସ୍ଥାନର ଭୀଳବାଡି ଜିଲ୍ଲାର ଶେରପୁର ଗ୍ରାମର ନିବାସୀ ୨୪ ବର୍ଷିୟ ଯୁବକ କମଲେଶ ମୀଣା ୪ ଦିନ ପୂର୍ବରୁ ଅଜମେରରୁ ଚାଲିଚାଲି ଚାନି ନିଜ ଗାଁକୁ ଆସିଥିଲେ । ଗ୍ରାମରେ ପ୍ରବେଶ କରିବାକୁ ଗାଁ ଲୋକ ତାଙ୍କୁ ଅନୁମତି ଦେଇନଥିଲେ । ଗ୍ରାମବାସୀ ତାଙ୍କୁ କହିଥିଲେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଯାଇ କରୋନା ଟେଷ୍ଟ କରାଇ ଗାଁକୁ ଆସ । କମଲେଶ ମୀଣା ଗ୍ରାମ ବାହାରକୁ ଯିବାକୁ ଅରାଜି ହୋଇଥିଲେ । ଏହାକୁ ନେଇ ଗ୍ରାମବାସୀ ମେଡିକାଲ ଟିମକୁଖବର ଦେଇଥିଲେ ।

hiring

ଘଟଣା ସ୍ଥଳରେ ମେଡିକାଲ ଟିମ୍ ଆସି କମଲେଶକୁ ଚିକିତ୍ସାଳକୁ ନେଇ ତାହାର ସାମ୍ପୁଲ ନେବାସହ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଯେତେବେଳେ ମେଡିକାଲ ଟିମ ତା\’ର ଟେଷ୍ଟ କରାଇ ଗାଁକୁ ଆଣିଥିଲେ । ଲୋକମାନେ ପୁଣି ଥରେ ବିରୋଧ କରିଥିଲେ । ସେମାନେ କହିଥିଲେ ମୀଣା ୧୪ ଦିନ କ୍ୱାରେଣ୍ଟାଇନରେ ରହୁ । କିନ୍ତୁ ମିଣା ଯିବାକୁ ଅରାଜି ହେବାରୁ ଗାଁଠାରୁ ୩ କିଲୋମିଟର ଦୂର ଏକ ଗଛ ଉପରେ ଏକ ମଞ୍ଚା ନିର୍ମାଣ କରି ତାଙ୍କୁ ସେଠାରେ ରଖାଯାଇଥିଲା । ଗଛରେ ଏକ କାଠ ଶିଡା ପକାଯାଇଛି । ଯେଉଁଥିରେ ସେ ତଳକୁ ଆସି ତାହାର ନିତ୍ୟକର୍ମ କରିପାରିବ । ସେହିପରି ମେଡିକାଲ ଟିମ୍ ମଧ୍ୟ ସେଠାକୁ ପହଞ୍ଚି ତା\’ର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝନ୍ତି । ଏ ସଂପର୍କରେ ଜିଲ୍ଲାପାଳ ରାଜେନ୍ଦ୍ର ଭଟ୍ଟ କହିଛନ୍ତି ଯେ, ଯୁବକ ଜଣେ ସୁସ୍ଥ ଅଛନ୍ତି । ଯୁବକ ଜଣକ ସହରର କୌଣସି କ୍ୱାରେଣ୍ଟାଇନ ସେଣ୍ଟରକୁ ଯିବାକୁ ଚାହୁଁନଥିବାରୁ ତାଙ୍କୁ ଗଛ ଉପରେ କ୍ୱାରେଣ୍ଟାଇନ କରି ରଖାଯାଇଛି । ଏହି ଘଟଣା ପାଇଁ ଏବେ ସାରା ଦେଶରେ ଶେରପୁର ଗ୍ରାମ ଚର୍ଚ୍ଚାରେ ରହିଛି ।

hiranchal ad1
Leave A Reply

Your email address will not be published.

16 − one =