ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବନି

0 116

ନୂଆଦିଲ୍ଲୀ : କରୋନା ଯୋଗୁଁ ଗୁରୁତର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସରକାର କେତେକ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଏହିକ୍ରମରେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନ୍ ଭୋଗୀମାନଙ୍କ ପାଇଁ ଘୋଷଣା ହୋଇଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ ଆଜି ରୋକ୍ ଲଗାଯାଇଛି । ସେମାନଙ୍କୁ ଏହି ଭତ୍ତା ମିଳିବ ନାହିଁ । ଆଜି ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ସେଥିରେ କୁହାଯାଇଛି ଯେ, ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବନ୍ଦ ରଖାଯିବ । କୌଣସି ସରକାରୀ କର୍ମଚାରୀ ଏବଂ ପେନସନ୍ ଭୋଗୀ ଏହି ଭତ୍ତା ପାଇବେ ନାହିଁ । ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ଏଥିସହ ଏହି ଭତ୍ତା ୨୧ ପ୍ରତିଶତରେ ପହଞ୍ଚିଥିଲା । ତେବେ ବର୍ତ୍ତମାନ କଟକଣା ଲଗାଯାଇଥିବାରୁ ତାହା କାର୍ଯ୍ୟକାରୀ ହେବ ନାହିଁ । ତେବେ ପୂର୍ବ ଭଳି ସେମାନେ ୧୭ ପ୍ରତିଶତର ମହଙ୍ଗା ଭତ୍ତା ପାଇବେ ।

hiranchal ad1
Leave A Reply

Your email address will not be published.

1 + sixteen =