ଭାରତ ବିରୋଧରେ ପାକିସ୍ତାନର ସାଇବର ଯୁଦ୍ଧ

0 98

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ଆତଙ୍କ ଲାଗି ରହିଛି । ଏହାର ମୁକାବିଲା ପାଇଁ ପ୍ରଭାବିତ ଦେଶଗୁଡ଼ିକ ଅହରହ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଭିନ୍ନ କାର୍ଯ୍ୟରେ ଲିପ୍ତ ରହିଛି । କରୋନା ମୁକାବିଲା ଚିନ୍ତା ଛାଡ଼ି ଏହା ଭାରତରେ ଅସ୍ଥିରତା ଓ ଉତ୍ତେଜନା ସୃଷ୍ଟି କରିବା ଲାଗି ଉଦ୍ୟମ ଚଳାଇଛି । ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବା ଲାଗି ପାକିସ୍ତାନ ଏବେ ସାଇବର ଯୁଦ୍ଧ ଆରମ୍ଭ କରିଦେଇଛି । ଅର୍ଥାତ୍ ଏହା ସୋଶିଆଲ୍ ମିଡ଼ିଆରେ ଭାରତ ସଂପର୍କରେ ଭିତ୍ତିହୀନ ଓ ସଂପୂର୍ଣ୍ଣ ମିଥ୍ୟା ଖବର ପ୍ରସାର କରୁଛି । ବିଭିନ୍ନ ଦେଶରେ ଏଭଳି କାର୍ଯ୍ୟ କରାଯାଉଛି । ସୋଶିଆଲ୍ ମିଡ଼ିଆରେ ଏଥିପାଇଁ ଲକ୍ଷ ଲକ୍ଷ ଭାରତ ବିରୋଧୀ ବୟାନ ପ୍ରଚାର କରାଯାଉଛି । ବିଶେଷକରି ଗଲ୍ଫ ଦେଶଗୁଡ଼ିକରେ ଏହିଭଳି କାର୍ଯ୍ୟ ଅଧିକ ସକ୍ରିୟ ରହିଛି । ଭାରତର ଗୁଇନ୍ଦା ବିଭାଗ ସରକାରଙ୍କୁ ପାକିସ୍ତାନର ଏଭଳି କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇଛି । ଭାରତରେ ଇସଲାମ୍ ଫୋବିଆ ରହିଥିବା ନେଇ ମିଛରେ ଲୋକଙ୍କ ପାଖରେ ମନଗଢ଼ା ତଥ୍ୟ ପହଞ୍ଚାଯାଉଛି । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ସହ ସଂପର୍କ ବୃଦ୍ଧି କରିବା ପାଇଁ ଭାରତ ସରକାର ବିପୁଳ ପୁଞ୍ଜି ନିବେଶ କରୁଛନ୍ତି । ଏହି ସଂପର୍କରେ ଫାଟ ସୃଷ୍ଟି କରିବା ଲାଗି ପାକିସ୍ତାନ ସରକାର ମୋଦିଙ୍କ ନାଁରେ ଅପପ୍ରଚାର ଚଳାଇଛି । ଭାରତ ବିରୋଧରେ ଏଭଳି ଅପପ୍ରଚର କରି ପାକିସ୍ତାନ ବିଷ ମଞ୍ଜି ବୁଣିବାକୁ ଚେଷ୍ଟା କରୁଛି ବୋଲି ଗୁଇନ୍ଦା ବିଭାଗ ସୂତ୍ରରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

four × four =