କୋଭିଡ ହସ୍ପିଟାଲକୁ ମୋବାଇଲ ମନା

0 92

କୋଲକତା : କରୋନା ସଂକ୍ରମଣ ରୋକିବା ପାଇଁ ଏବଂ ଚିକିତ୍ସା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଦେଶରେ ଅଧିକ ସଂଖ୍ୟାରେ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଉଛି । ତେବେ ଏହି ହସ୍ପିଟାଲଗୁଡିକରେ କ’ଣ ଘଟୁଛି ତାହା ବାହାରକୁ ଚାଲିଯାଉଛି । ଏଥିପାଇଁ ମୋବାଇଲ ଫୋନକୁ ଦାୟୀ କରାଯାଉଛି । ମୋବାଇଲ ଫୋନ ଜରିଆରେ ଚିକିତ୍ସା ଓ ସଂକ୍ରମଣ ସ୍ଥିତି ସଂପର୍କରେ ହସ୍ପିଟାଲ ଭିତରର କାର୍ଯ୍ୟକଳାପ ପ୍ରଘଟ ହେଉଥିବାରୁ ସରକାର ଏବେ ତାହାକୁ ରୋକିବା ପାଇଁ କଟକଣା ଲଗାଇଛନ୍ତି । ଏଭଳି ଘଟଣା ପଶ୍ଚିମବଙ୍ଗ ଅଧିକ ଘଟୁଛି । ପଶ୍ଚିମବଙ୍ଗ ସରକାର ଏହାକୁ ରୋକିବାକୁ ଯାଇ କୋଭିଡ ହସ୍ପିଟାଲଗୁଡିକରେ ମୋବାଇଲ ଫୋନ୍ ନେବା ଉପରେ କଟକଣା ଜାରି କରିଛନ୍ତି । ହସ୍ପିଟାଲ ଭିତରକୁ କୌଣସି କର୍ମଚାରୀ କିମ୍ବା ଡାକ୍ତର ମୋବାଇଲ ଫୋନ ନେଇପାରିବେ ନାହିଁ । ଯଦିବି ସେମାନଙ୍କ ପାଖରେ ମୋବାଇଲ ଫୋନ୍ ଥିବ ତେବେ ତାହାକୁ ନିର୍ଦ୍ଦିଷ୍ଟ କାଉଣ୍ଟରରେ ରଖାଯିବ । କର୍ମଚାରୀମାନେ ଡ୍ୟୁଟି ସାରି ଯିବା ବେଳେ ସେଠାରୁ ତାହାକୁ ନେଇପାରିବେ ବୋଲି ସରକାରଙ୍କ ଦ୍ୱାରା ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି । ଏହି ନିୟମକୁ କଡାକଡି ଭାବେ ପାଳନ କରିବା ଲାଗି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

12 − 11 =