ଲକଡାଉନର ଅର୍ଥ ଏହିଭଳି ଭାବେ ବୁଝିଲେ ଗ୍ରାମବାସୀ : ଘରେ ତାଲା ପକାଇ ବିଲରେ ରହୁଛନ୍ତି

0 107

ହାଇଦ୍ରାବାଦ : ତେଲେଙ୍ଗାନା ରାଜ୍ୟର ତେଲେଙ୍ଗାନା ଜିଲ୍ଲା ଅନ୍ତର୍ଗତ କାମାରେଡ୍ଡି ନାମକ ଏକ ଗାଁରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ଲକଡାଉନର ଅର୍ଥକୁ ଗାଁ ଲୋକେ କିଭଳି ଭାବେ ବୁଝିଛନ୍ତି ତାହା ଏହି ଦୃଶ୍ୟ ଦେଖିଲେ ଜାଣିହେବ । ଜାରି ହୋଇଥିବା କଟକଣାକୁ ଲକଡାଉନ ବା ତାଲାବନ୍ଦ କୁହାଯାଉଛି । ଗଣମାଧ୍ୟମରେ ମଧ୍ୟ ତାଲାବନ୍ଦ ଶବ୍ଦ ବାରମ୍ବାର ଦେଖାଇ ଦିଆଯାଉଛି । ଏହି ଗାଁର ଲୋକମାନଙ୍କ ମନରେ ଏକ ବିଚିତ୍ର ଧାରଣା ସୃଷ୍ଟି ହେଲା ଏବଂ ସେମାନେ ନିଜ ଘରକୁ ତାଲା ପକାଇ ଏବେ ବିଲରେ ଅସ୍ଥାୟୀ ଝୁମ୍ପୁଡ କରି ରହୁଛନ୍ତି । ଘରେ ବାହାରେ ଓ ପଛ ଦ୍ୱାରରେ ସେମାନେ ତାଲା ପକାଇ ଦେଇଛନ୍ତି । ସେମାନଙ୍କର କହିବା କଥା ହେଲା ଘରେ ତାଲା ପକାଇ ଦେଲେ କେହି ଘରକୁ ଆସିପାରିବେ ନାହିଁ, ଫଳରେ ସଂକ୍ରମଣ ହୋଇପାରିବ ନାହିଁ । ସେଥିପାଇଁ ଆମେ ନିଜ ଚାଷ ବିଲରେ ଆସି ଝୁମ୍ପୁଡି କରି ରହୁଛୁ । ତାଲା ବନ୍ଦ ଉଠିଲେ ପୁଣି ଆମେ ଘରକୁ ଯିବୁ ବୋଲି ସେମାନେ କହିଛନ୍ତି । ସେଠାରେ ରହି ସେମାନେ କିଛି କିଛି ବିଲ କାମ ମଧ୍ୟ କରୁଛନ୍ତି । ଲୋକମାନେ ନିଜ ଘରେ ଥିବା ସମସ୍ତ ଜିନିଷପତ୍ର ଓ ଖାଦ୍ୟ ମଧ୍ୟ ବିଲରେ ତିଆରି ହୋଇଥିବା ଝୁମ୍ପୁଡି ଘରକୁ ନେଇଆସିଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 2 =