ଆସିଲା ଅଗଷ୍ଟ ଗାଇଡଲାଇନ

0 229

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗତ ଜୁଲାଇ ୧୫ ତାରିଖ ଦିନ ଘୋଷିତ ତାଲାବନ୍ଦର ଷଷ୍ଠ ପର୍ଯ୍ୟାୟ ଅବଧି ଆସନ୍ତାକାଲି ଅର୍ଥାତ ରବିବାର ଶେଷ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ଆଂଶିକ ଲକଡାଉନ ସରୁଥିବାରୁ ଶ୍ରୀ ଜେନା ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । କୋଭିଡ ପରିଚାଳନାନେଇ ସେ ସବିଶେଷ ତଥ୍ୟ ରଖିଛନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଆମ ରାଜ୍ୟରେ ୨୭ଟି ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି । କଟକ, ଖୋର୍ଦ୍ଧା ଓ ପୁରୀରେ ଟିକେ ଅଧିକ । ତେବେ ଉଦବେଗଜନକ ନୁହେଁ । ଜୀବନ ଜୀବିକା ସମନ୍ୱୟ ପାଇଁ ଧୀରେ ଧୀରେ ଅନଲକ ହେଉଛି । ରାଜ୍ୟରେ ଦେଢକୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି ବୋଲି ଶ୍ରୀ ଜେନା କହିଛନ୍ତି । ତେବେ ଅଗଷ୍ଟ ଗାଇଡଲାଇନ ଘୋଷଣା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫୁ୍ୟ ଲାଗୁ ରହିବ । ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ । ସାରା ରାଜ୍ୟରେ ଦୋକାନ ବଜାରରାତି ୮ଟା ଯାଏଁ ଖୋଲା ରହିବ । ସମସ୍ତ ଧାର୍ମିକ, ରାଜନୈତିକ ଓ ସାମାଜିକ ସମାବେଶକୁ ମନା କରାଯାଇଛି । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି ।କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ ।ରାଜ୍ୟରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ତେବେ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ପରିଚାଳନା କମିଟି ନେଇପାରିବେ । ରାତି ୮ଟା ଯାଏଁ ଖୋଲା ରହିବ ଦୋକାନ ବଜାର ।ସମୁଦ୍ରକୂଳ ଓ ପାର୍କ ଖୋଲା ରହିବ । ପର୍ଯ୍ୟଟକ ଗାଇଡଲାଇନ ମାନିବେ । ରାଜ୍ୟରେ ସମସ୍ତ ମଲ ଖୋଲିବ । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲି ପାରିବ । ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲିପାରିବ । ସିନେମା ହଲ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ । ବିବାହ, ଶୁଦ୍ଧିକ୍ରିୟା ପାଇଁ ପୂର୍ବଭଳି କଟକଣା ଜାରି ରହିବ ।ସେହିପରି ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ ବୋଲି ଏସ୍‌ଆରସି କହିଛନ୍ତି । ରାସ୍ତା କଡର ଦୋକାନରେ ଏଣିକି ଲୋକମାନେ କୋଭିଡ ନିୟମ ମାନି ଖାଇପାରିବେ । ପୂର୍ବରୁ ପାର୍ସର ନେବାକୁ ଅନୁମତି ଥିଲା । ହଲ, ମଲକୁ ଯାଉଥିବା ପ୍ରାପ୍ତ ବୟସ୍କ ଲୋକମାନଙ୍କୁ ଟିକାକରଣ ସାର୍ଟିଫିକେଟ ଜରୁରୀ ବୋଲି ଏସ୍‌ଆରସି କହିଛନ୍ତି । ରାଜ୍ୟରେ ଭିତରେ ବସ ଚାଲୁ ରହିବ । ସିଟିଂ କାପାସିଟିରେ ଯାତ୍ରୀ ନେବେ । ଧାର୍ମିକ ପୀଠ ଖୋଲିବା ପାଇଁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ । ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା କଟକଣା ଜାରି ରହିବ । ନନ୍ଦନକାନନ, ଇଣ୍ଡୋର ଓ ୱାଟର ପାର୍କ ଆଦି ଖୋଲା ଯାଇ ପାରିବ ।

hiring

hiranchal ad1
Leave A Reply

Your email address will not be published.

seven − four =