ପାଗ ଅନୁକୂଳ ଦେଖି ବୃକ୍ଷରୋପଣ କାର୍ଯ୍ୟକ୍ରମକଲା ଜିଲ୍ଲା ଓକିଲ ସଂଘ

0 93

ସମ୍ବଲପୁର, ୩୧/୭- ଝିପିଝିପି ବର୍ଷା ଓ ଅନୁକୂଳ ପାଗର ସୁଯୋଗ ନେଇ ଆଜି ସମ୍ବଲପୁର ଜ଼ିଲ୍ଲା ଓକିଲ ସଂଘ ଦ୍ୱାରା ସ୍ଥାନୀୟ ଷ୍ଟେଟବ୍ୟାଙ୍କ ପଛୁ ପରିସରରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଲାୟନ୍ସ କ୍ଲବ, ପ୍ଲାଣ୍ଟ ଅମ୍ବୁଲାନ୍ସ ଓ ଅନ୍ୟ ଅନେକ ସ୍ୱେଛାସେବୀ ସହଯୋଗ କରିଥିଲେ । ଏହାବ୍ୟତୀତ ଅଶୋକ ଜଲାନ ଫଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାସେବୀମାନେ ମାଟି ଖୋଳା ଯନ୍ତ୍ର ଧରି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେରେ ବରିଷ୍ଟ ଆଇନଜୀବୀ ସତ୍ୟ ନାରାୟଣ ପଣ୍ଡାଙ୍କ ସହିତ ପ୍ଲାଣ୍ଟ ଅମ୍ବୁଲାନ୍ସ କର୍ମକର୍ତ୍ତାମାନଙ୍କୁ ପ୍ରଶଂସାପତ୍ର ଓ ଫୁଲତୋଡ଼ା ଦେଇ ଜ଼ିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ମହାନଗର ନିଗମ ତରଫରୁ ଖତ ଓ ସଫେଇ କର୍ମଚାରୀ ଯୋଗାଇଥିବାରୁ ସଂଘ କୃତଜ୍ଞତା ପ୍ରକାଶ କରିଥିଲା । ଜିଲ୍ଲା ବନବିଭାଗକୁ ମଧ୍ୟ ସଂଘ ବୃକ୍ଷ ଚାରା ଯୋଗାଣ ପାଇଁ ଧନ୍ୟବାଦ ଜଣାଇଥିଲା । ଜ଼ିଲ୍ଲା ଓକିଲ ସଂଘ ତରଫରୁ ସଭାପତି ଡ: ପ୍ରମୋଦ ରଥ ସମ୍ବଲପୁରକୁ ସବୁଜ ସୁନ୍ଦର ରଖିବା ଦିଗରେ ଜ଼ିଲ୍ଲା ଓକିଲ ସଂଘର ପ୍ରତିବଦ୍ଧତା ଦୋହରାଇଥିଲେ । ସଂପାଦକ ରବି ପୂଜାରୀ, ଉପସଭାପତି ଚନ୍ଦ୍ରକାନ୍ତ ମହାନ୍ତି, ଯୁଗ୍ମ ସମ୍ପାଦକ ଅନୁପ ତରିଆ, ସହକାରୀ ସମ୍ପାଦକ ଅନୁପ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତା ଓ ସଦସ୍ୟବୃନ୍ଦ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ସଂଘ ଉପସଭାପତି ଏହି ମହତ କାର୍ଯ୍ୟରେ ଯୋଗଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଜ଼ିଲ୍ଲା ଓକିଲ ସଂଘ, ସମ୍ବଲପୁର ତରଫରୁ ଆନୁଷ୍ଠାନିକ ଧନ୍ୟବାଦ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

2 × three =