ବୌଦ୍ଧ: ଆଜି ୪ ସଂକ୍ରମିତ ଚିହ୍ନଟ, କେବଳ ଗ୍ରାମାଞ୍ଚଳରୁ

0 139

ବୌଦ୍ଧ,୩୧/୭- ଆଜି ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ ବଘିଆପଡା ପଞ୍ଚାୟତ ପାଲଝାର ଗ୍ରାମରୁ ଜଣେ, ବ୍ରାହ୍ମଣୀପାଲି ଭୁକ୍ତାପଡା ଗ୍ରାମରୁ ଜଣେ, ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଟାଙ୍ଗରପାଲିଗ୍ରାମରୁ ଜଣେ ଓ କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ବୁଟୁମୁଣ୍ଡା ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ଆଜିସୁଦ୍ଧା ୧୨୫୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିସୁଦ୍ଧା ୧୨୩୪୧ ଜଣ ସୁସ୍ଥ ହୋଇଥିବାବେଳେ ୬୬ଜଣ ଚିକିତ୍ସାଧୀନ ଓ ୧୦୧ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiring
hiranchal ad1
Leave A Reply

Your email address will not be published.

eighteen + 20 =