ବନ୍ୟପ୍ରାଣୀ ସପ୍ତାହ ଅବସରରେ ବାଲିଗୁଡ଼ା ବନଖଣ୍ଡରେ “ମୋ ଜଙ୍ଗଲ କଥା’ କାର୍ଯ୍ୟକ୍ରମ

0 126

ବାଲିଗୁଡ଼ା,୭/୧୦:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ମୁଖ୍ୟ କାର୍ଯ୍ୟାଳୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି । ବାଲିଗୁଡା ଉପଖଣ୍ଡର ବନଖଣ୍ଡ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମୋ ଜଙ୍ଗଲ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କାର୍ଯ୍ୟାଳୟ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବାଲିଗୁଡା ବନଖଣ୍ଡ ଅଧିନରେ ଥିବା ସାତୋଟି ବନାଞ୍ଚଳ ବାଲିଗୁଡ଼ା, ତୁମୁଡ଼ିବନ୍ଧ, ବେଲଘର, କୋଟଗଡ଼, କ.ନୂଆଗାଁ, ଦାରିଙ୍ଗବାଡ଼ି, ବ୍ରାହ୍ମଣୀଗାଁ ବନାଞ୍ଚଳର ସମସ୍ତ ବନାଞ୍ଚଳ ଅଧିକାରୀ, ଫରେଷ୍ଟର, ବାଲିଗୁଡା ଉପଖଣ୍ଡ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ସମେତ ବିଭିନ୍ନ ବ୍ଲକର ବୁଦ୍ଧିଜୀବୀ ଓ ସମସ୍ତ ବନାଞ୍ଚଳର ବନ ସୁରକ୍ଷା ସମିତି ସଦସ୍ୟ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟବକ୍ତା ଭାବରେ ବାଲିଗୁଡା ଡି.ଏଫ୍‌.ଓ ବିଶ୍ୱରାଜ ପଣ୍ଡା ଯୋଗଦେଇ କିଭଳି ବାଲିଗୁଡ଼ା ବନଖଣ୍ଡରେ ଜଙ୍ଗଲକୁ ସୁରକ୍ଷା ଦେବା ସହ ଅଧିକ ନୂତନ ଜଙ୍ଗଲ ସୃଷ୍ଟି କରିବା ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା କିଭଳି କରିବା ସେନେଇ ଆଲୋକପାତ କରିଥିଲେ । ଅନ୍ୟପଟେ ବାଲିଗୁଡ଼ାର ବରିଷ୍ଠ ଆଇନଜୀବୀ ତଥା ବନ୍ୟପ୍ରାଣୀ ସଂରକ୍ଷକ କୌଶିକ ସାହୁ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ ବନ୍ୟପ୍ରାଣୀଙ୍କ କିଭଳି ସୁରକ୍ଷା କରାଯାଇପାରିବ ଓ ବନ୍ୟପ୍ରାଣୀଙ୍କ କିଭଳି ସଂଖ୍ୟା ବୃଦ୍ଧି ହୋଇପାରିବ ସେନେଇ ଆଲୋକପାତ କରିଥିଲେ ।

hiring

କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଙ୍ଗଲ ଥିବାବେଳେ ଭବିଷ୍ୟତରେ କିଭଳି ଜଙ୍ଗଲକୁ ସୁରକ୍ଷା ଦେବାସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏହି ବୈଠକର ମୂଳଲକ୍ଷ୍ୟ ବୋଲି କହିଛନ୍ତି ବାଲିଗୁଡ଼ା ଡିଏଫ୍‌ଓ । ବାଲିଗୁଡ଼ା ବନଖଣ୍ଡର ଏସିଓଏଫ୍‌ ସୌମ୍ୟରଞ୍ଜନ ସାହୁ, ଡ.ରୂଦ୍ରପ୍ରସାଦ ରଥ, ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍‌ ପ୍ରଧାନଙ୍କ ସମେତ ସମସ୍ତ ବନ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

6 − four =