ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ ନିମନ୍ତେ ସର୍ବଦଳୀୟ ବୈଠକ

0 72

ପୁରୀ- ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ- ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ଜାନୁଆରୀ ପହିଲା ପର୍ଯ୍ୟନ୍ତ ୧୮ ବର୍ଷ ବୟସ ହେଉଥିବ ସେମାନେ ନୂତନ ଭୋଟର ଭାବେ ନାମ ପଞ୍ଜିକରଣ କରି ପାରିବେ । ନୂତନ ଭୋଟର ଭାବେ ପଞ୍ଜିକରଣ ନିମନ୍ତେ ଫର୍ମ-୬, ପ୍ରବାସୀ ଭାରତୀୟ ମାନଙ୍କ ପଞ୍ଜିକରଣ ନିମନ୍ତେ ଫର୍ମ -୬ କ, ଭୋଟର ତାଲିକାରୁ ନାମ ବାଦ ପାଇଁ ଫର୍ମ-୭, ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮, ସ୍ଥାନାନ୍ତରଣ ନିମନ୍ତେ ଫର୍ମ-୮ କ ମାଧ୍ୟମରେ ବୁଥ ସ୍ତରରେ ବିଏଲଓ ମାନଙ୍କ ନିକଟରେ ଆବେଦନ କରିପାରିବେ । ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୧ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ କରାଯାଇ ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟର ହେଲ୍ପଲାଇନ ଆପ, ଘବଗ୍ଧସକ୍ଟଦ୍ଭବକ୍ଷ ଠକ୍ଟଗ୍ଧରକ୍ସ ଝରକ୍ସଙ୍ଖସମର ଚକ୍ଟକ୍ସଗ୍ଧବକ୍ଷ ଏବଂ ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ଭୋଟର ମାନେ ସେମାନଙ୍କ ତଥ୍ୟ ପାଇପାରିବେ । ଉପ ଜିଲ୍ଲାପାଳ ଓ ସମସ୍ତ ବି.ଡି.ଓ ମାନଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି । କୌଣସି ଭୋଟର ଯେପରି ଭୋଟ ଦାନରୁ ବଞ୍ଚିତ ନହୁଅନ୍ତି ଏଥିନିମନ୍ତେ ଆସନ୍ତା ୭ ଓ ୨୧ ତାରିଖ ରବିବାର ମାନଙ୍କରେ ସ୍ୱତନ୍ତ୍ର ଅଭିଯାନ ଦିବସ ପାଳନ କରାଯିବ । ବୁଥ ସ୍ତରୀୟ ଅଧିକାରୀ ମାନେ ବୁଥ ଗୁଡିକରେ ଉପସ୍ଥିତ ରହିବେ । ଜିଲ୍ଲାରେ ୭ ଲକ୍ଷ ୧୫ ହଜାର ୯୧୨ ଜଣ ପୁରୁଷ, ୬ ଲକ୍ଷ ୬୮ ହଜାର ୨୮୮ ଜଣ ମହିଳା ଓ ଅନ୍ୟାନ୍ୟ ୬୯ ଜଣଙ୍କୁ ମିଶାଇ ମୋଟ ୧୩ ଲକ୍ଷ ୮୪ ହଜାର ୨୬୯ ଜଣ ଭୋଟର ଅଛନ୍ତି ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 1 =