ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

0 329

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବରୁଣିଆ ପାଗାଡ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ବଡଚଣା ପୁଲିସ । ସୂଚନାନୁଯାୟୀ ଗୁରୁବାର ସକାଳେ କିଛି ଲୋକ ଜଙ୍ଗଲରେ ଜଣେ ବ୍ୟକ୍ତିର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ବଡଚଣା ପୁଲିସକୁ ସୂଚନା ଦିଆଯାଇଥିଲା । ବଡଚଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ସେ ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

fifteen + 12 =