ଆଇପିଏଲରୁ ଖେଳାଳିଙ୍କ ପରେ ଓହରିଲେ ଅମ୍ପେୟାର

0 82

ମୁମ୍ବାଇ : ଚଳିତ ବର୍ଷର ଆଇପିଏଲ ଏକ ଭିନ୍ନ ଅନୁଭୂତି ମଧ୍ୟ ଦେଇ ଗତି କରୁଛି । ଏହା ଏଭଳି ଏକ ସମୟରେ ଚାଲିଛି, ଯେତେବେଳେ ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ଏହି କାରଣରୁ ଜଣକ ପରେ ଜଣେ ବିଦେଶୀ ଖେଳାଳି ଆଇପିଏଲରୁ ଓହରିବାରେ ଲାଗିଛନ୍ତି । ଏବେ ଦୁଇଜଣ ଅମ୍ପେୟାର ଏହି ତାଲିକାରେ ଯୋଡି ହୋଇଛନ୍ତି । ସେମାନେ ହେଲେ ନିତିନ ମେନନ ଏବଂ ଅଷ୍ଟ୍ରେଲିଆର ପଲ ରିଫେଲ । ଉଭୟ ହେଉଛନ୍ତି ଆଇସିସିର ଏଲ୍‌ଆଇଟ ଅମ୍ପେୟାର୍ସ ପ୍ୟାନେଲର ସଦସ୍ୟ । ସେମାନେ ଭିନ୍ନ କାରଣ ଦର୍ଶଆଇ ଆଇପିଏଲ ଦାୟିତ୍ୱରୁ ଓହରି ଯାଇଛନ୍ତି । ଅଷ୍ଟ୍ରେଲିଅ ଅମ୍ପେୟାର ପଲ୍ ଆଇପିଏଲରୁ ଯଦିଓ ଓହରି ଯାଇଛନ୍ତି କିନ୍ତୁ ନିଜ ଦେଶକୁ ଫେରି ପାରୁନାହାନ୍ତି । ଅଷ୍ଟ୍ରେଲିଆ ସରକାର ଭାରତ ସହିତ ଗତକାଲି ବିମାନ ସେବାକୁ ବାତିଲ କରି ଦେଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ତେଣୁ ପଲ୍ ଅଲଗା ବାଟ ଦେଇ ଘରକୁ ଫେରିପାରନ୍ତି । ଏ ନେଇ ସେ ଆଇପିଏଲ ତଥା ବିସିସିଆଇ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ଅପରପକ୍ଷରେ ଭାରତୀୟ ଅମ୍ପେୟାର ମେନନ ଆଇପିଏଲ ଦାୟିତ୍ୱରୁ ଅବ୍ୟାହତ ନେଇ ନିଜ ଘର ଇନ୍ଦୋର ଯାଇ ସାରିଥିବା ଜଣାପଡିଛି । ତାଙ୍କ ମାଆ ଓ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କିଛି ଦିନ ତଳେ ସେମାନଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ସେମାନଙ୍କ ରିପୋର୍ଟ ପଜିଟିଭ ଥିବା ଖବର ଆସିବା ପରେ ମେନନ ନିଜ ଘରକୁ ଫେରିଯାଇଛନ୍ତି । ପଲ କିନ୍ତୁ ଫଶି ରହିଛନ୍ତି ।

hiranchal ad1
Leave A Reply

Your email address will not be published.

four × 5 =