ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ବାଘ ଛାଲ ଜବତ୍‌, ଜଣେ ଗିରଫ

0 1,260

ବୌଦ୍ଧ,୨୯/୪ – ବୌଦ୍ଧଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାନ୍ଧନଝୁଲି ଗ୍ରାମରେ ରାଜ୍ୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ ଚଢଉ କରାଯାଇ ଏକ ଚିତାବାଘ ଛାଲ ଜବତ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏ ମାମଲାରେ ମନମୁଣ୍ଡା ଥାନା ବାଦଲଗୁଡା ଗ୍ରାମର ମହେନ୍ଦ୍ର ଭଇନା ନାମକ ଜଣେ ବେପାରୀକୁ ବାଘଛାଲ ସହ ଗିରଫ କରାଯାଇଛି । ଏସ୍‌ଟିଏଫ ଥାନା କେଶ ନଂ ୧୭ରେ ଏକ ମାମଲା ଦାଏର କରାଯାଇ ଗିରଫ ମହେନ୍ଦ୍ରକୁ କୋର୍ଟଚାଲାଣ କରାଯାଇଛି । ଜବତ ଚିତାବାଘ ଛାଲକୁ ରାସାୟନିକ ପରୀକ୍ଷାପାଇଁ ଡେରାଡୁନ ପରୀକ୍ଷାଗାରକୁ ପଠାଯିବ ବୋଲି ଏସ୍‌ଟିଏଫ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

eight − 2 =