ମେଧାବୀ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ

0 2,008

ଜହ୍ନାପଙ୍କ,୨୯/୪- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ମେଧାବୀଛାତ୍ରୀ ଅଙ୍କିତା ନାଏକଙ୍କ ଏକ ଖବର ଶୀର୍ଷକ ‘ଅର୍ଥାଭାବରୁ ପାଠରେ ଡୋରି ବାନ୍ଧିବେ ମେଧାବୀ ଛାତ୍ରୀ ‘ଖବର ପ୍ରକାଶିତ ପରେ ବୌଦ୍ଧର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେଣ୍ଡସିଫ କ୍ଲବ ସହାୟତାର ହାତ ବଢ଼ାଇଛି । ଏନେଇ କର୍ମକର୍ତ୍ତା ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆଙ୍କୁ ଭେଟିଥିଲେ । ଶ୍ରୀ ପାଣ୍ଡିଆ ଅର୍ଥାଭାବରୁ ଅଙ୍କିତାର ପାଠପଢା ଅଟକିବନାହଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସଂଗଠନର କର୍ମକର୍ତ୍ତା ଜହ୍ନାପଙ୍କରେ ପହଞ୍ଚିି ଅଙ୍କିତା ଓ ମା ଅଷ୍ଟମୀଙ୍କ ଉପସ୍ଥିତିରେ ଆର୍ଥିକ ସହାୟତା ଦେଇଥିଲେ ଏବଂ ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନ ଅଙ୍କିତାକୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏଥିରେ କ୍ଲବର ପ୍ରତିଷ୍ଠାତା ତୋଫାନ ପରିଡ଼ା, ସହ ସମ୍ପାଦକ ସମ୍ୟକ ନାଏକ, ସଭ୍ୟ ସିକୁନ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 + 9 =