ସ୍ନାନ ମଣ୍ଡପରେ ଉଭା ଚତୁର୍ଦ୍ଧାମୂର୍ତ୍ତି

0 71

ପୁରୀ : କୋଟି ବିଶ୍ୱର ନୟନ୍ତା ଶ୍ରୀଜିଉ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ଶୋଭା ପାଉଛନ୍ତି । ବିନା ଭକ୍ତରେ ଶ୍ରୀମନ୍ଦିରର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରମାନଙ୍କୁ ଧାଡି ପହଣ୍ଡିରେ ସେବାୟତମାନେ ସ୍ନାନମଣ୍ଡପରେ ବିଜେ କରି ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରଖିଛନ୍ତି ।

hiring

ରାତି ୧ଟା ୫୦ରେ ଶ୍ରୀଜିଉଙ୍କ ପହଣ୍ଡି ନୀତି ପରେ ୪ଟା ୫୦ରେ ମଙ୍ଗଳ ଆଳତି ଶେଷ ହୋଇଛି । ୧୦୮ ଗରା ସୁବାସିତ ଜଳରେ ଆଉ କିଛି ସମୟ ପରେ ଠାକୁରମାନେ ଦେବସ୍ନାନ କରିବେ । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଏହି ଦିବ୍ୟଲୀଳା ହୋଇଆସୁଛି । ପ୍ରାଚୀନତା ଦୃଷ୍ଟିରୁ ଏହି ଦିନକୁ ମହାପ୍ରଭୁଙ୍କ ଆବିର୍ଭାବ ଦିବ ବା ଉଭା ଦିବସ କୁହାଯାଏ ।

hiranchal ad1
Leave A Reply

Your email address will not be published.

five × 2 =